ନିମାପଡା :- ୧୦/୧୦ (ଏସ.ଏନ.ଏସ.) ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ରେଞ୍ଚେ ପଞ୍ଚାୟତରେ ନିମାପଡା ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏହି ମିଶ୍ରଣ ପର୍ବରେ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଉପରେ ସନ୍ତୁଷ୍ଟ ହୋଇ ନିମାପଡା ବିଧାୟକ ଉପରେ ଆଶା ଭରସା କରି ପଞ୍ଚାୟତର ସ୍ୱାଧୀନ ନୋମିନ ପାର୍ଥି ଦିଲିପ କୁମାର ପଣ୍ଡା ,୧ନଂ ୱାର୍ଡ ସଭ୍ୟା ମିନା ଭୋଇ ,ତାଙ୍କ ସ୍ୱାମୀ ବ୍ରହ୍ମାନନ୍ଦ ଭୋଇ ,୨ ନଂ ୱାର୍ଡ ସଭ୍ୟା ହରପ୍ରିୟା ସାହୁ ,କାଳନ୍ଦୀ ସାହୁ ,ବାସୁଦେବ ଭୋଇ ,ଶାନ୍ତିଲତା କାଣ୍ଡି ,ପ୍ରଗତି କାଣ୍ଡି ,ପୁନି କାଣ୍ଡି ,ସଞ୍ଜୁ କାଣ୍ଡି ,ମିନା କାଣ୍ଡି ଶଙ୍କର ଭୋଇ ସହିତ ୧୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ ଓ ବିଜେପି ଛାଡି ବିଜେଡି ରେ ମିଶିଛନ୍ତି ।ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ବ୍ଲକ ସଭାପତି ଅଶୋକ ସାହୁ ,୧୯ ନଂ ଜିଲାପରିସଦ ପ୍ରଦୀପ୍ତ ଖଟୋଇ ,ସରପଞ୍ଚ ପ୍ରଶ୍ନ କୁମାର ସ୍ୱାଇଁ ,ନୋମିନ ପ୍ରିୟଦର୍ଶିନୀ ସ୍ୱାଇଁ ,ପୂର୍ବତନ ସରପଞ୍ଚ ବିଷ୍ଣୁଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ରେଞ୍ଚେ ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ