ନିମାପଡା :-୧୫/୧୦ (ଏସ.ଏନ.ଏସ.) ପୁରୀ ଜିଲ୍ଲା ନିମାପଡା ବିଜେଡିର ବିଧାୟକ ସମୀର ରଞ୍ଜନ ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ପରିସର ମଧ୍ୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ନିମାପଡା ବ୍ଳକର ବଡ଼ମାଛପୁର ପଞ୍ଚାୟତର ରେଘାଳ ହରିଜନ ସାହିରୁ ସୁରେନ୍ଦ୍ର ବେହେରା ,କୁନିଆ ଭୋଇ ଗୁନିଆ ଭୋଇ , ଦିଲିପ ଭୋଇ ,ବିନୋଦ ଭୋଇ ସୁରେନ୍ଦ୍ର ଭୋଇ ,ପ୍ରମିଳା ଭୋଇ ,ଭାସି ଭୋଇ , ଫୁଲ ଭୋଇ, ସସ୍ମିତା ବେହେରା ସହିତ ୫୦ ରୁ ଉର୍ଦ୍ଧ୍ବ ଲୋକ ବିଜେପି, କଂଗ୍ରେସ ଛାଡି ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶାସନରେ ମୁଗ୍ଧ ହୋଇ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କ ଉପରେ ଆସ୍ଥା ଭରସାରଖି ମିଶିଛନ୍ତି ।

