ନିମାପଡା :- ୦୧/୧୧( ସଂଭବ ନିୟୁଜ ) ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ପ୍ରଶିକ୍ଷଣ ଶିବିର କରିବା ପାଇଁ ଦଳର ସୁପ୍ରିମ ତଥା ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ଥିବା ବେଳେ ଆଜି ରବିବାର ଦିନ ନିମାପଡା ନିକଟ ନିୟୁ ହାଇଟ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ନିମାପଡା ବିଧାୟକ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଶିବିରକୁ ଶୁଭ ଉଦଘାଟନ କରିଥିଲା ବେଳେ ମଙ୍ଗଳବାର ଦିନ ଶେଷ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଆଗାମୀ ୨୦୨୪ ନିର୍ବାଚନ ରେ ନିମାପଡା ରେ ଦଳ କର୍ମୀ ମାନେ କିଭଳି ଭାବେ ନିଜ ନିଜ ଏରିୟା ରେ ସାଙ୍ଗଠନିକ କାମ କରିବେ ଏହି ପ୍ରଶିକ୍ଷଣ ଶିବିରରେ ବୁଝାଇ ଶିକ୍ଷା ଦିଆଯାଇଥିଲା । ଉକ୍ତ ଶିବିରରେ ତିନି ଦିନରେ ୯ ଟି ଅଧିବେଶନରେ ୩ ହଜାର ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ଯାଇଛି ବୋଲି ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ କହିଥିଲେ । ଏହି ଶିବିର କାର୍ଯ୍ୟକ୍ରମ ରେ ନିମାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ,୧୯ ନଂ ଜିଲାପରିସଦ ସଭ୍ୟ ତଥା ପୂର୍ବତନ ନିମାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଖଟୋଇ ,ନିମାପଡା ବ୍ଲକ ବିଜେଡି ସଭାପତି ଅଶୋକ ସାହୁ,ନିମାପଡା ଏନଏସି ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ନିମାପଡା ନିର୍ବାଚନ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିବାରୁ ସମସ୍ତ ବିଜେଡି କର୍ମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।କାର୍ଯ୍ୟକ୍ରମ ଶେଷରେ ମାନପତ୍ର ଉତରୀୟ ଦେଇ ସମ୍ନାନିତ କରିଥିଲେ ।
ନିମାପଡା ଠାରେ ବିଜେଡି ଦଳର ୩ ଦିନିଆ ପ୍ରଶିକ୍ଷଣ ଶିବିର ଉର୍ଜାପନ