.
Tuesday, December 24, 2024
Homeଜିଲ୍ଲା ସମ୍ବାଦନାଗପୁର ଠାରେ ଅଭାବନୀୟ ଘଟଣା । ଦୋକାନ ଭିତରେ ଯୁବକର ଆତ୍ମହତ୍ୟା

ନାଗପୁର ଠାରେ ଅଭାବନୀୟ ଘଟଣା । ଦୋକାନ ଭିତରେ ଯୁବକର ଆତ୍ମହତ୍ୟା

ଗୋପ :- ୧૪/୧୦(ଏସ.ଏନ.ଏସ.) ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବନ୍ତୁଳିଗ୍ରାମର ଲଷ୍ମୀନାରାୟଣ ସିହ୍ନl ଙ୍କ ବଡ଼ ପୁଅ ସୁଜିତ ସିହ୍ନା ବୟସ 50 ବର୍ଷ ସିଏ ନାଗପୁର ବଜାରରେ ଏକ ଔଷଧ ଦୋକାନ କରିଥିଲେ l କିନ୍ତୁ ଗୁରୁବାର ରାତିରେ ସୁଜିତଙ୍କର ସାମାଜିକ ଗଣମାଧ୍ୟମରେ ଥିବା ବନ୍ଧୁମାନେ ପରିବାର ଲୋକଙ୍କୁ ସୂଚିତ କରିଥିଲେ ଯେ ଆପଣଙ୍କ ପୁଅର କିଛି ଅଘଟଣ ହୋଇପାରେ ବୋଲି l ତୁରନ୍ତ ପରିବାର ଲୋକମାନେ ନାଗପୁର ଠାରେ ଥିବା ପୁଅର ଔଷଧ ଦୋକାନକୁ ଆସିଦେଖିଥିଲେ ଯେ ପୁଅ ଚିନ୍ତାଗ୍ରସ୍ତ ଓ ନିଶାଗ୍ରତ ଥିବା ଦେଖି ଗୋପ ପୋଲିସକୁ ସୂଚିତ କରିଥିଲେ l କିଛି ସମୟ ବ୍ୟବଧାନ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା l ପରିବା ଲୋକଙ୍କୁ ଠାରୁ ପୋଲିସ ସମସ୍ତ ଘଟଣା ସମ୍ପର୍କରେ ବୁଝିଥିଲା ଯେ ପରିବାର କଳହ ଯୋଗୁ ଚିନ୍ତାଗ୍ରସ୍ତ ସହିତ ନିଶଗ୍ରସ୍ତ ଥିବାର ଅନୁମାନ କରିଥିଲେ l ପରବର୍ତ୍ତୀ ସମୟରେ ଏମିତି ଏକ ଅଘଟଣ ଘଟିଯିବ କାହାକୁ ଜଣା ନଥିଲେ l ୧୩ ତାରିଖ ସକାଳୁ ଶୁଣିବାକୁ ମିଳିଲା ଯେ ସୁଜିତ ନିଜ ଔଷଧ ଦୋକାନ ଭିତରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମୃତ୍ୟୁବରଣର ଭୟଙ୍କର ଦୃଶ୍ୟସବୁ କଏଦ ହୋଇଛି l ଯେଉଁଟା ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛୁ l ଘଟଣା ସମ୍ପର୍କରେ ଗୋପ ପୋଲିସ ଜାଣିବାକୁ ପାଇଲା ଯେ ସୁଜିତ ଆତ୍ମହତ୍ୟା କରିଛି ବୋଲି l ଏହି ଅଭାବନୀୟ ଘଟଣା ଘଟିଲା ପରେ ନାଗପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାରୁ ପ୍ରକାଶ ଗତ କାଲି ଗୁରୁବାର ମଧ୍ୟ ରାତ୍ରୀରେ ସୁଜିତ ନିଜ ଔଷଧ ଦୋକାନ ରେ ଏକ ସିଲିଂ ଫ୍ୟାନ ସାହାଯ୍ୟରେ ଏକ ପ୍ଲାଷ୍ଟିକ ରସି ବେକରେ ଲଗାଇ ଆତ୍ମହତ୍ୟା କରୁଥିବାର ଦୃଶ୍ୟ ସମସ୍ତି ଙ୍କୁ ବିଚଳିତ କରିଛି l ୧୩ ତାରିଖ ସକାଳୁ ଗୋପ ଥାନାର ଭାରପ୍ରାପ୍ତ ଅଧିକାରୀ ମହେଶ୍ୱର ସେଠି କୌଣସି ସୂତ୍ରରୁ ଖବର ପାଇ ଏକ ଟିମ ନେଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ l ତାପରେ ଦୋକାନ ଘରର କବାଟ ଭାଙ୍ଗି ସୁଜିତର ମୃତ ଶରୀରକୁ ଫ୍ୟାନରୁ ଖୋଲି ତାକୁ ଉଦ୍ଧାର କରିଥିଲେ l ପରବର୍ତ୍ତୀ ସମୟରେ ଗୋପ ପୋଲିସ ଏକ ଅପମୃତ ମାମଲା ୠଜୁକରିଛି l ତାର କେସ ନମ୍ବର ହେଲା ୩୩/୨୦୨୩ ରେ ଏକ ଅପମୃତ କେସ କରି ଶବକୁ ନିକଟସ୍ତ ଚାରିଛକ ଠାରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଇଛି l କାହିଁକି ଓ କେଉଁଥିପାଇଁ ସୁଜିତ ଆତ୍ମହତ୍ୟା କଲେ ତାହା ବର୍ତମାନ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଅନୁସନ୍ଧାନ ଜାରି ରଖିଛି l ତାଙ୍କ ମୃତ୍ୟୁରେ ପରିବାର , ଗ୍ରାମ ଓ ନାଗପୁର ବଜାରରେ ଶୋକର ଛାୟା ଖେଳିଯାଇଛି ।

ନାଗପୁର ଠାରେ ଅଭାବନୀୟ ଘଟଣା । ଦୋକାନ ଭିତରେ ଯୁବକର ଆତ୍ମହତ୍ୟା
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on