ଢେଙ୍କାନାଳ : ୨୫/୧୦/୨୦୨୩ (ଏସ.ଏନ.ଏସ.) ଢେଙ୍କାନାଳ ଜିଲ୍ଲାର ଗଦିଆଁ ବ୍ଲକର ପିଙ୍ଗୁଆ ଗ୍ରାମରେ ଏହି ମହାପର୍ବ ଏବର୍ଷ ତା.୨Γ /୧୦/୨୦୨୩ ରୁ ତା.୦୨ /୧୧/୨୦୨୩ରିଖ ବହୁ ଆଡ଼ମ୍ବରପୂର୍ଣ୍ଣ ସହକାରେ ପାଳିତ ହେବାକୁ ଯାଉଛି । ଏହି ମହାପର୍ବକୁ ଗ୍ରାମବାସୀମାନେ ଗଜଲକ୍ଷ୍ମୀ ପୂଜା ବେଳେ ପାଳନ କରିଥାନ୍ତି । ଏହି ପର୍ବକୁ ପାଳନ କରିବାକୁ ବିଭିନ୍ନ ସ୍ଥାନରୁ ଲୋକମାନେ ଆସିଥାନ୍ତି । ଏହି ସ୍ଥାନରେ ବିଭିନ୍ନ ପ୍ରକାର ଦୋକାନ ,ଖାଦ୍ୟ ଦୋକାନ,ମୀନାବଜ଼ାର, ନାଚ, ଗୀତ ପ୍ରଭୁତି ଆୟୋଜନ କରାଯାଇଥାଏ । ନାଚ ଗୀତରେ ବିଭିନ୍ନ ବର୍ଗର ପିଲାମାନେ ଅଂଶ ଗ୍ରହଣ କରିଥାନ୍ତି । ନୃତ୍ୟ ସଂଙ୍ଗୀତରେ ଅଂଶ ଗ୍ରହଣ କରିବା ପାଇଁ ଇଛୁକ ଛାତ୍ରଛାତ୍ରୀମାନେ ତଥା ପଡିଆରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାପାଇଁ ଓ ବିଜ୍ଞାପନ ଦେବାପାଇଁ ଏହି ନମ୍ବର ମୋ. 9853971957 , 9938491652 ଯୋଗାଯୋଗ କରିପାରିବେ ।


