.
Monday, December 23, 2024
Homeଜିଲ୍ଲା ସମ୍ବାଦଜାତୀୟ ଶିକ୍ଷା ନୀତି - ୨୦୨୦ ଶୀର୍ଷକ ଜାତୀୟ ପାଠଚକ୍ର

ଜାତୀୟ ଶିକ୍ଷା ନୀତି – ୨୦୨୦ ଶୀର୍ଷକ ଜାତୀୟ ପାଠଚକ୍ର

ଚାରିଛକ :-୧୬/୧୨(ଏସ.ଏନ.ଏସ.) ପୁରୀ ଜିଲ୍ଲା ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ଶିକ୍ଷା ସମ୍ନାନ ବିଭାଗ ପକ୍ଷରୁ “ଜାତୀୟ ଶିକ୍ଷା ନୀତି-୨୦୨୩ ଉଚ୍ଚଶିକ୍ଷାରେ ରୂପାନ୍ତରୀକରଣ ସଂସ୍କାର ଶୀର୍ଷକ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡକ୍ଟର ସନ୍ତୋଷ ମିତ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ପାଠ ଚକ୍ରରେ ମୁଖ୍ୟ ଅତିଥି ରୂପେ ଉତ୍ତର ପୂର୍ବ ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ ଓ ଏନ ସି ଇ ଆର ର ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଯୋଗଦେଇ ଜାତୀୟ ଶିକ୍ଷା ନୀତି- ୨୦୨୦ ର ଉପରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ରମାଦେବୀ ମହିଳା ମହାବିଦ୍ୟାଳୟ ର ସ୍ନାତ୍ତକୋତୋର ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତି , ଯୋଗଦେଇ ତାଙ୍କର ବକ୍ତବ୍ୟ ରେ ଶିକ୍ଷା ହେଉଛି ଦେଶର ଏକ ମେରୁଦଣ୍ଡ ଶିକ୍ଷା ବେବ୍ୟସ୍ଥା କୁ ସୁଦୃଢ କରିବା ସହ ଯୁଗଉପଯୋଗୀ ଶିକ୍ଷା ବ୍ୟବସ୍ଥାର ରୂପ ଜାତୀୟ ଶିକ୍ଷା ନୀତି-୨୦୨୦ ବୋଲି ମତ ଦେଇଥିଲେ ।ସମ୍ନାନିତ ଅତିଥି ରୂପେ ଈଗୋନ ଆଞ୍ଚଳିକ କେନ୍ଦ୍ର କୋରାପୁଟ ର ଉପ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଲତିକା କୁମାରୀ ମିଶ୍ର ଯୋଗଦେଇ ଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସ୍ୱର୍ଣ୍ଣରଶ୍ମି ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ପ୍ରଶାସନିକ ଅଧିକାରୀ ପ୍ରଫେସର ପୁଷ୍ପମିତ୍ରା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ମୁଖ୍ୟ ଡକ୍ଟର ଶ୍ରୀଲେଖା ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟପିକା ସେମାନଙ୍କର ସନ୍ଦର୍ଭ ପାଠ କରିଥିଲେ । ଶେଷରେ ସଂସ୍କୃତ ବିଭାଗ ର ଅଧ୍ୟାପକ ଜୀଵନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟପିକା ,କର୍ମଚାରୀ ଓ ଛାତ୍ରୀମାନେ ଯୋଗଦେଇଥିଲେ ।

ଜାତୀୟ ଶିକ୍ଷା ନୀତି – ୨୦୨୦ ଶୀର୍ଷକ ଜାତୀୟ ପାଠଚକ୍ର
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on