ଚାରିଛକ :-୧୮/୧୨ (ଏସ.ଏନ.ଏସ.) ପୁରୀ ଜିଲ୍ଲା ଚାରିଛକ ଠାରେ ଥିବା ସ୍ୱରସ୍ୱତୀ ଶିଶୁ ମନ୍ଦିରର ସମ୍ପାଦକ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ୧୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚାରିଛକ ଥାନା ଅଧିକାରିଣୀ ଶ୍ରୀମତୀ ମମତା ବିଶ୍ୱାଳ ଯୋଗ ଦେଇ କ୍ରୀଡା ଉତ୍ସବକୁ ଆରମ୍ଭ କରିଥିଲେ । ସମ୍ନାନିତ ଅତିଥି ଭାବେ ପ୍ରଫେସର ଚକ୍ରଧର କରଣ ପ୍ରମୁଖ ଯୋଗଦେଇ ଥିଲେ ।ଏହି କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରକାଶ କୁମାର ମିଶ୍ର ,ରଶ୍ମିରଞ୍ଜନ ତ୍ରିପାଠୀ , ମାନସ ରଞ୍ଜନ ବାରିକ ପରିଚାଳନା କରିଥିଲେ ।ଏହି ବାର୍ଷିକ କ୍ରୀଡାରେ ଶିଶୁ ମନ୍ଦିରର କୁନି କୁନି ପିଲା ମାନେ ବିଭିନ୍ନ ପ୍ରକାର ଖେଳରେ ଭାଗ ନେଇଥିଲେ । ଶେଷରେ ମୁଖ୍ୟ ଅତିଥି ଦ୍ୱାରା ସ୍ୱରସ୍ୱତୀ ଶିଶୁ ମନ୍ଦିରର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।www.sambhavanews.com/annual sports of charichhak shisumandira2023

