ଚାରିଛକ :- ୧୬/୧୧(ସଂଭବ ନିୟୁଜ ) ସାରା ଦେଶରେ ନଭେମ୍ବର ୧୬ ରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଉଥିବା ବେଳେ ଆଜି ଗୁରୁବାର ଦିନ ପୁରୀ ଜିଲ୍ଲା ଚାରିଛକ ପ୍ରେସ କ୍ଲବର ସଭାପତି ଶିଶିର କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଚାରିଛକ ଏକାନ୍ତ ଆଶ୍ରମ ପରିସରରେ ଏକ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ ଆର ଏସ ଅଧିକାରୀ ତଥା କ୍ଲବର ଉପଦେଷ୍ଟା ଚନ୍ଦ୍ରକାନ୍ତ ଦଳାଇ ଯୋଗଦେଇ ସଭାକାର୍ଯ୍ୟ ଆରଂମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷକ ନେତା ସନାତନ ପାତ୍ର ,ସାଧାରଣ ସମ୍ପାଦକ ଡକ୍ଟର କେଦାରନାଥ ସାହୁ , ସାମ୍ବାଦିକ ରଞ୍ଜନ କୁମାର ଦାସ ,ସହ ସମ୍ପାଦକ ସନ୍ତୋଷ କୁମାର ଦାସ ,ମଞ୍ଚାସିନ ଭାବେ ଯୋଗଦେଇ ଥିଲେ । ଏହି ଜାତୀୟ ପ୍ରେସ ଦିବସରେ ନିମନ୍ତ୍ରିତ ଅତିଥିମାନେ ସାମ୍ବାଦିକମାନଙ୍କ ଭୁମିକା ଓ କର୍ତ୍ତବ୍ୟ ଉପରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ ପ୍ରତି ଭାଷଣରେ କହିଥିଲେ ।ଏହି ପ୍ରେସ ଦିବସ କାର୍ଯ୍ୟକ୍ରମରେ ନୂତନ ଭାବେ ସ୍ଵରାଜ ମିଡିଆର ଏଡିଟର ଉମାକାନ୍ତ ଭୋଇ,ରଞ୍ଜିତ କାଣ୍ଡିଙ୍କୁ ନୂତନ ସଭ୍ୟ ଭାବେ ଯୋଗ ଦେଇଥିବା ବେଳେ ନିମାପଡା ଅଞ୍ଚଳର ସମାଜସେବୀ ନିରୋଧ ବରଣ ଖୁଣ୍ଟିଆଙ୍କୁ ନୂତନ ଉପଦେଷ୍ଟା ଭାବେ ଯୋଗଦେଇ ଥିଲେ ।ଉକ୍ତ ଦିବସରେ ବରିଷ୍ଠ ସମ୍ବାଦିକ ରଞ୍ଜନ କୁମାର ଦାସ ,ନିବେଦିତା ମିଶ୍ର ,ବରିଷ୍ଠ ନାଗରିକ ସଭ୍ୟ , ସଦାଶିବ ମହାପାତ୍ର,ପ୍ରଫୁଲ୍ଲ ମହାନ୍ତି ,ସହଲି ମଲିକ,ମାନଙ୍କୁ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସଂଭବ ନିୟୁଜର ଏଡିଟର ନରେଶ ଚନ୍ଦ୍ର ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ରଶ୍ମିରଞ୍ଜନ ସାହୁ, କୈଳାସ ଚନ୍ଦ୍ର ପାତ୍ର ସମର୍ଥନ କରିବା ସହ ସମର୍ଦ୍ଧନା ଜଣାଇଥିଲେ । ପ୍ରେସ କ୍ଲବର ସମସ୍ତ ସଭ୍ୟ ସଭ୍ୟା ବସନ୍ତ କୁମାର ମଲ୍ଲ , ଶଶିକାନ୍ତ ତ୍ରିପାଠୀ,ବିନୋଦ ପ୍ରଧାନ, ପ୍ରତାପ ମଲିକ୍, ଜିବନ ମଲିକ,ସରିତାଞ୍ଜଳି ନାୟକ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଚାରିଛକ ଅଞ୍ଚଳ ବୁଦ୍ଧିଜୀବୀମାନେ ସ୍ୱାଗତ କରିଥିଲେ

