ଚାରିଛକ :-୧୩/୧୧ (ସଂଭବ ନିୟୁଜ) ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭୋଦର ପଞ୍ଚାୟତ ଓରପଟ ମୌଜା ଚାରିଛକ ଏକାନ୍ତ ଆଶ୍ରମରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ନିମାପଡା ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶରେ ୪ ଲକ୍ଷ ଟଙ୍କା ବିନିମୟରେ ଏକ କମ୍ୟୁନିଟି କେନ୍ଦ୍ର ଘର ନିର୍ମାଣ ପାଇଁ ଭିତିସ୍ଥାପନ କରିଥିଲେ । ଏହି କେନ୍ଦ୍ର ରେ ଚାରିଛକ ଥିବା ମହର୍ଷି ମାୟାଧର ଦାସ ବରିଷ୍ଠ ନାଗରିକ ମଞ୍ଚ ର ବୃଦ୍ଧ ଓ ବୃଦ୍ଧା ମାନେ ଆସି ବିଭିନ୍ନ ପ୍ରକାର ଧର୍ମ ପୁରାଣ ଗ୍ରନ୍ଥ ପଢିବା ସହ ଦୈନିକ ଯୋଗ ମଧ୍ୟ କରିପାରିବା ଉଦ୍ଦେଶ୍ୟରେ ଏହି ଘର ନିର୍ମାଣ କରାଯାଉଛି ବୋଲି ବରିଷ୍ଠ ନାଗରିକ ମଞ୍ଚର ସଭ୍ୟ ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ପ୍ରକାଶ କରିଥିଲେ । ଏକ କମ୍ୟୁନିଟି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ପାଇଁ ରବିବାର ଦିନ ଚାରିଛକ ଏକାନ୍ତ ଆଶ୍ରମ କମିଟିର ସଭାପତି ଲଷ୍ମୀଧର ନାୟକ ଓ ଚାରିଛକ ମହର୍ଷି ମାୟାଧର ଦାସ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗୋପୀନାଥ କର ,ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ,ସମାଜସେବୀ ତଥା କୃଷକ ନେତା ସନାତନ ପାତ୍ର ,କବିରାଜ କୁଳମଣୀ ସାହୁ ମେମୋରିଆଲ ଟ୍ରଷ୍ଟର ଅଧକ୍ଷ ଡକ୍ଟର କେଦାରନାଥ ସାହୁ ଯୋଗଦେଇ ପୁଷ୍ପ , ଧୂପ ଓ ଦୀପ ଜାଳି ନଡ଼ିଆ ବାଡେଇ କମ୍ୟୁନିଟି କେନ୍ଦ୍ର ଘର କାର୍ଯ୍ୟ ନିର୍ମାଣ ପାଇଁ ଆରଂମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଭୋଦର ପଞ୍ଚାୟତ ବିଜେଡି ନେତା ପ୍ରଶାନ୍ତ କୁମାର ବେହେରା, ଜୟନ୍ତ କୁମାର ସେଠୀ ,ଏକାନ୍ତ ଆଶ୍ରମର ପୂଜକ ତଥା ବାବା ନନ୍ଦ ପ୍ରଧାନ , ସୁରେଶ ଚନ୍ଦ୍ର ସାହୁ , ବିଶ୍ଵକର୍ମା ହରିହର ମହାରଣା ,ଗଦାଧର ସେଠ ସହିତ ଚାରିଛକ ପ୍ରେସ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଚାରିଛକ ଏକାନ୍ତ ଆଶ୍ରମ ମଧ୍ୟରେ ବରିଷ୍ଠ ନାଗରିକ ପାଇଁ ଏକ କମ୍ୟୁନିଟି କେନ୍ଦ୍ର ଘର ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଦେଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିତ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଧନ୍ୟବାଦ ଦେଇଥିଲେ । ଚାରିଛକ ଏକାନ୍ତ ଆଶ୍ରମ ପରିସରରେ ଏକ ପାଠାଗାର ଯୋଗ କେନ୍ଦ୍ର ନିର୍ମାଣ କରାଯିବାରୁ ବରିଷ୍ଠ ନାଗରିକ ମଞ୍ଚର ସମସ୍ତ ସଦସ୍ୟଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

