ଚାରିଛକ :- (ଏସ.ଏନ.ଏସ.) ଡିସେମ୍ବର ୨୦ତାରିଖରେ ପୁରୀ ଜିଲ୍ଲା ଚାରିଛକ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଡକ୍ଟର କେଦାରନାଥ ସାହୁ ସଭାପତିତ୍ୱରେ ରାଜ୍ୟ ସାମ୍ବାଦିକ ( ଏସୟୁଜେ ) ର ପୁରୀ ଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।ଶିକ୍ଷା ସୁରକ୍ଷା ଓ ସମ୍ନାନ ପାଇଁ ସାମ୍ବାଦିକ ମାନେ ସଂଗଠିତ ହେବା ଜରୁରୀ ବୋଲି ଏସୟୁ ଜେ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ ମତ ବ୍ୟକ୍ତ କରିଥିଲେ ।ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ( ପି ଡି ଜେ ) ର ନୂତନ ସଭାପତି ଗୁଣାତ୍ମକ ଖବର ପ୍ରକାଶନ ଉପରେ ସକାରାତ୍ମକ ହେବାକୁ ଆହ୍ୱାନ ଦେଇଥିଲେ ।ସବୁ ସାମ୍ବାଦିକ ଙ୍କ ସବୁ ସମସ୍ୟା ଏକପ୍ରକାର ରହିଥିବାରୁ ସଂଘ ମାନେ ଏଖାଠି ହୋଇ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ସମସ୍ତ ବ୍ୟକ୍ତା ମାନେ ମତ ପ୍ରକାଶ କରିଥିଲେ । ଦେଶ ଓ ରାଜ୍ୟର ସମସ୍ତ ସାମ୍ବାଦିକ ଙ୍କ ସାମୁହିକ ରହଣି ପାଇଁ ଆଗାମୀ ଦିନରେ ଭୁବନେଶ୍ୱର ରେ ଏକ ଗେଷ୍ଟ ହାଉସ ନିର୍ମାଣ ତଥା ଅନ୍ୟାନ୍ୟ ସର୍ବ ନିମ୍ନ ଆବଶ୍ୟକ ପୂରଣ ପାଇଁ ଏସ ଇଉ ଜେ ( ଓ ) ପଦକ୍ଷେପ ନେବ ବୋଲି ରାଜ୍ୟ ସଭାପତି ଶ୍ରୀ ନାୟକ ପ୍ରତିଶ୍ରୁତି ଦେଇଥିଲେ ।ଏହି ଅବସରରେ ପି ଡି ଇଉ ଜେ ର ନୂତନ ଉପଦେଷ୍ଟା ଭାବେ ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ,ଚାରିଛକ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା କୃଷକ ନେତା ସନାତନ ପାତ୍ର ଗ୍ରହଣ କରାଯାଇଅଛି ।ଏହା ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଶୁଭାଶିଷ ମହାନ୍ତି ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ,ରାଜ୍ୟ ଉପଦେଷ୍ଟା ରଘୁନାଥ ଆଚାର୍ଯ୍ୟ ,କଟକ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନ ,ରାଜ୍ୟ ସଙ୍ଗଠନ ସମ୍ପାଦକ ଟୁନା ଜେନା , ଚାରିଛକ ପ୍ରେସ କ୍ଲବର ସଭାପତି ଶିଶିର କୁମାର ସ୍ୱାଇଁ , ସାଧାରଣ ସମ୍ପାଦକ ପ୍ରଦୀପ୍ତ ନାୟକ ,କୋଷାଧ୍ୟକ୍ଷ ରାଜୀବ ପୃଷ୍ଟି , ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ଦାସ ,ପ୍ରଶାନ୍ତ କୁମାର ରାୟ ,ଜିଲ୍ଲା ସାସ୍କୃତିକ ସଭାପତି ବସନ୍ତ କୁମାର ମଲ୍ଲ ,ଆଶିଷ କୁମାର ମିଶ୍ର , ପ୍ରତାପ ମଲ୍ଲିକ ,ରଶ୍ମିରଞ୍ଜନ ମଲ୍ଲିକ ,ଶାନ୍ତୁନୁ ମିଶ୍ର ,ମନୋଜ କୁମାର ନାୟକ ,ସନ୍ତୋଷ ବରାଳ ସହିତ ଚାରିଛକ ପ୍ରେସ କ୍ଲବର ସନ୍ତୋଷ ଦାସ ,ଶଶିକାନ୍ତ ତ୍ରିପାଠୀ ,ଉମାକାନ୍ତ ଭୋଇ ,ଶରିତାଞ୍ଜଳି ନାୟକ,ମୃତୁଞ୍ଜୟ ମହାପାତ୍ର ,ବିନୋଦ ପ୍ରଧାନ , ଜୀଵନ ମଲ୍ଲିକ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ । ଏହି ସଭାରେ ସଂଭବ ନିୟୁଜର ସମ୍ପାଦକ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ପୁଷ୍ପ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ରଶ୍ମିରଞ୍ଜନ ସାହୁ ସମର୍ଥନ ଜଣାଇଥିଲେ ।

