ଚାରିଛକ;-୧୧/୧୦ (ଏସ.ଏନ.ଏସ.) ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତ ଗଡ଼ ଇଟାପୋଖରୀ ଗ୍ରାମରେ ଗୋପବନ୍ଧୁ ମେମୋରୀୟାଲ ଟ୍ରଷ୍ଟର ସଭାପତି ଅର୍ଜ୍ଜନ ପାତ୍ର ନେତୃତ୍ୱରେ ଗୋପବନ୍ଧୁଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଶିଷ୍ଟ ଐତିହାସିକ ଅନୀଲ ଧୀର ଯୋଗଦେଇ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ ଭାବେ ଡ଼ଃ. ସନ୍ତୋଷ କୁମାର ମିତ୍ର , ମୁଖ୍ୟ ବକ୍ତା ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର , ସମ୍ନାନିତ ଅତିଥି ଭାବେ ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ,ଚାରିଛକ ପ୍ରେସ କ୍ଲବ ସମ୍ପାଦକ ବା କବିରାଜ କୁଳମଣି ସାହୁ ମେମୋରୀୟଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ଃ . କେଦାରନାଥ ସାହୁ , ସମାଜସେବୀ ସନାତନ ପାତ୍ର ,କଳାପାଞ୍ଚଣ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ଜେନା ,ସମିତି ସଭ୍ୟା ସସ୍ମିତା ପାତ୍ର ,ପୂର୍ବତନ ସରପଞ୍ଚ ଅଭିମନ୍ୟୁ ପଣ୍ଡା ,ଦୀନବନ୍ଧୁ ସାହୁ , ବସନ୍ତ ପାତ୍ର ,ପବିତ୍ର ସାହୁ ସୁକାନ୍ତ ପାତ୍ର , ଚିତ୍ରସେନ ପାତ୍ର , ଗୋପବନ୍ଧୁ ମେମୋରୀୟଲ ଟ୍ରଷ୍ଟ ର ସମ୍ପାଦକ ସୁବାସ ଚନ୍ଦ୍ର ଜେନା , ଅତିଥି ପରିଚୟ ପ୍ରଦାନ କରିଥିଲେ କବି ଗୁଣନିଧି ଭୋଇ । ସର୍ବ ଶେଷରେ ଗ୍ରାମରେ ଥିବା ଆଶ୍ରମ ସ୍କୁଲ ଓ ଗଡ଼ଇଟାପୋଖରୀ ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।ମୁଖ୍ୟଅତିଥି ଉକ୍ତ ଉତ୍ସବ କୁ ଆୟୋଜନ କରି ଥିବାରୁ ଟ୍ରଷ୍ଟ ର ସଭାପତି ଅର୍ଜୁନ ପାତ୍ର , ସମ୍ପାଦକ ସୁବାସ ଚନ୍ଦ୍ର ଜେନା ସହିତ ଟ୍ରଷ୍ଟର ସମସ୍ତ ସଭ୍ୟ ସାଧୁବାଦ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଗ୍ରାମର ଲୋକମାନେ ସହଯୋଗ କରିଥିଲେ ।

