ଚାରିଛକ :- ୧୩/୧୧ (ସଂଭବ ନିୟୁଜ ) ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ତୁଳସୀପୁର ଗଡ଼ ଅମର ପ୍ରସାଦ ମହାଜନ ସାହିରେ ବସୁଧା ଯୋଜନାରେ ପାନୀୟ ପାଣି ଗତ ଦୁଇ ମାସ ହେଲା ଗ୍ରାମର ୫୦ ପରିବାର ପାଣି ପାଇବାରୁ ବଞ୍ଚିତ ବୋଲି ଅଭିଯୋଗ ହେଉଛି ।ଏ ସଂମ୍ପର୍କ ରେ ନିମାପଡା ପାନୀୟ ଜଳ ପରିମଳ ବିଭାଗ ଯନ୍ତ୍ରୀକୁ ଅଭିଯୋଗ କଲେ ମଧ୍ୟ ଅଦ୍ୟାବଧି ମରାମତି କରାଯାଉନାହିଁ ।ଯାହା ଫଳରେ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ପାଇ ନାହାନ୍ତି ବୋଲି ଗ୍ରାମର ଶ୍ରୀଧର ସାହୁ ,କାହ୍ନୁଚରଣ ସାହୁ ,ସତ୍ୟରଞ୍ଜନ ସାହୁ ,ଶଙ୍କର ସାହୁ ପ୍ରମୁଖ ଅଭିଯୋଗ କରିଥିଲେ ।ଏଠାରେ ଉଲେଖ ଯେ ଏହି ପାଣି ଟାଙ୍କିରୁ ତିନୋଟି ଗ୍ରାମ ପାତ୍ର ସାହି ,ହରିଜନ ସାହି ,ଓ ଆଗର ଶାସନ ପାଣି ଯାଇଥିବା ବେଳେ କଣ ପାଇଁ ଗଡ଼ ଅମର ପ୍ରସାଦ ମହାଜନ ସାହିକୁ ବସୁଧା ପାନୀୟ ପାଣି ଯାଉ ନାହିଁ ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

