କାକଟପୁର:- ୧୫/୧୦ (ଏସ.ଏନ.ଏସ.) କାକଟପୁର ବ୍ଳକ ଅନ୍ତର୍ଗତ ଓଥକା ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନସଂପର୍କ ପଦଯାତ୍ରା ଅନ୍ତେ ଅନନ୍ତପୁର ଠାକୁରାଣୀଙ୍କ ପ୍ରାଙ୍ଗଣରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ବିଜେଡି ସଭାପତି ଲକ୍ଷ୍ମୀଧର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଂଗଠନିକ ବୈଠକରେ ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ତାରିଖରୁ ଅନୁଷ୍ଠିତ ଜନସଂପର୍କ ପଦଯାତ୍ରା ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ବିସ୍ତୃତ ଭାବେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ବାଧିନ କୁମାର ନାୟକ,ବ୍ଳକ ବିଜେଡି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ,୭ନଂ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ଦିକ୍ଷୀତ, ଆରତୀ ପ୍ରହରାଜ,ଓ ଯୁବ ବିଜେଡି ସଭାପତି ପ୍ରଶାନ୍ତ କାଣ୍ଡି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ନାରୀ ସଶକ୍ତିକରଣ ଉପରେ କହିଥିଲେ।ଗତ ନିର୍ବାଚନରେ ବିଜେପି ଦଳର ସମର୍ଥନରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିବା ବିଜୟ କୁମାର ଦାସ,ଓ କର୍ମୀ ବାବୁଲି ପାଇଟାଳ ନିଜର ସମର୍ଥକମାନଙ୍କ ସହ ଆନୁଷ୍ଠାନିକ ଭାବେ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ଦଳରେ ଯୋଗଦାନ କରି ଦଳୀୟ ଉତ୍ତରୀୟ ଆପଣାଇଥିବା ବିଜେଡି ଯୁବ ସଂଗଠକ ରସାନନ୍ଦ ଶାସମଲଙ୍କ ଠାରୁ ପ୍ରକାଶ।

