Sambhava News Dt.16.03.2025 11.00 p.m.ଗତ ଶନିବାର ଦିନ ଭୋର ସମୟରେ ସୋର ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ଦହିସଡା ସାଧନା ହୋଟେଲ ପାଖରେ ଭାରସାମ୍ୟ ହରାଇ ସ୍କୁଟି ସହ ଦୁଇ ମଞ୍ଚ ଅଭିନେତ୍ରୀ 20 ଫୁଟ ବ୍ରିଜ଼ ତଳକୁ ଖସି ଗୁରୁତର ଆହତ ହୋଇଥିଲେ I ଦୁଇ ମଞ୍ଚ ଅଭିନେତ୍ରୀ ହେଲେ ବାଲେଶ୍ୱର ଜିଲ୍ଲାର ବୁରୁଦା ଅଂଚଳର ଝିଲି ସାହାଣୀ ଓ ପାଣିକୋଇଲି ଅଂଚଳର ପାୟଲ ପଣ୍ଡା I ଅଭିନେତ୍ରୀ ପାୟଲ ପଣ୍ଡା କାଲି ଦୁର୍ଘଟଣାର ଶିକାର ହୋଇ କଟକ ଏସ.ସି.ବି. ମେଡିକାଲରେ ଆଇ.ସି.ଇଉ.ରେ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ I ଖବର ପାଇ ଆଜି ସକାଳେ ଉତ୍କଳ କଳାକାର ଏକାଡେମୀ ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀମତୀ ସୁଜାତା ମିଶ୍ରଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟ ଆବାହିକା ଶ୍ରୀମତୀ କୁସୁମ ମଞ୍ଜରୀ, ଅନୁଷ୍ଠାନର ପ୍ରତିଷ୍ଠାତା କୈଳାଶ ଚନ୍ଦ୍ର ନାୟକ ଓ smruti ମ୍ୟାଡମ ମେଡିକାଲ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ I ଡାକ୍ତରଙ୍କ କହିବା ଅନୁସାରେ 72 ଘଣ୍ଟା ପରେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଜଣାପଡିବ I କିନ୍ତୁ ପରିତାପର ବିଷୟ ଆଜି 4.40 ମିନିଟରେ ପାୟଲ ପଣ୍ଡା ତାଙ୍କ ପରିବାର ତଥା କଳାଜଗତକୁ ଛାଡି ଆରପାରିକୁ ଚାଲିଗଲେ I ତାଙ୍କ ବିୟୋଗରେ କଳାଜଗତର ଏକ ବିରାଟ କ୍ଷତି ହେଲା ଏଥିରେ ସନ୍ଦେହ ନାହିଁ I ଏହି ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ଓ ତାଙ୍କର ଦୁଇ ଭଉଣୀ ସହିତ ଉତ୍କଳ କଳାକାର ଏକାଡେମୀ ଓଡ଼ିଶାର କୁସୁମ ମଞ୍ଜରୀ,କୈଳାଶ ଚନ୍ଦ୍ର ନାୟକ, smruti ମ୍ୟାଡମ ଉପସ୍ଥିତ ଥିଲେ I




