ସଂଭବ ନିୟୁଜ /୬/୮/୨୦୨୩/ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭୋଦର ପଞ୍ଚାୟତ ଚାରିଛକ ଠାରେ ଥୁବା ଏକାନ୍ତ ଆଶ୍ରମ ପରିସରରେ ନୂତନ ଭାବେ ହୋଇଥିବା ମଣ୍ଡପ କୁ ଶୁକ୍ରବାର ଦିନ ନିମାପଡା ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।ପରେ ଆଶ୍ରମ ପରିସର ମଧ୍ୟକୁ ଯିବା ପାଇଁ ଏକ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲା ବେଳେ ମାଉସୀ ମା ମନ୍ଦିର ସହିତ ଆଶ୍ରମ ପାଚେରୀ କରିବା ପାଇଁ ୧୦ ଲକ୍ଷ ମୁଖ୍ୟମନ୍ତ୍ରୀ ଙ୍କ ପାଣ୍ଠିରୁ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ମହର୍ଷି ମାୟାଧର ଦାସ ବରିଷ୍ଠ ନାଗରିକ ମଞ୍ଚ ପାଇଁ ପାଠାଗାର ସହିତ ଯୋଗସାଳା କରିବା ପାଇଁ ୫ ଲକ୍ଷ ଟଙ୍କା ର ଅନୁଦାନ ଦେବା ପାଇଁ ଘୋଷଣା ମାନ୍ୟବର ବିଧାୟକ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଭୋଦର ପଞ୍ଚାୟତ ର ସରପଞ୍ଚ ଚାରୁଲତା ବେହେରା ,ସମିତି ସଭ୍ୟା ସୁନିତା ସିଂ ,୨୧ ନଂ ଜିଲାପରିଷଡ଼ ସଭ୍ୟା ସସ୍ମିତା ନାୟକ ,ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଗୋପୀନାଥ କର , ଏକାନ୍ତ ଆଶ୍ରମର କମିଟିର ସଭାପତି ଲଷ୍ମୀଧର ନାୟକ ,ସମାଜସେବୀ ଆଜିର ସଭାର ସଭାପତିତ୍ୱ କରିଥିଲେ ସନାତନ ପାତ୍ର ,କବିରାଜ କୁଳମଣି ସାହୁ ମେମୋରୀୟଲ ଟ୍ରଷ୍ଟ ର ସଭାପତି ତଥା ଚାରିଛକ ପ୍ରେସ କ୍ଲବ ସମ୍ପାଦକ ଡକ୍ଟର କେଦାରନାଥ ସାହୁ , ଚାରିଛକ ଅଞ୍ଚଳର ସମାଜସେବୀ ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ,ଚାରିଛକ ପ୍ରେସ କ୍ଲବ ସଭାପତି ଶିଶିର କୁମାର ସ୍ଵାଇଁ , ସନ୍ତୋଷ ମିତ୍ର , ବଟକୃଷ୍ଣ ସ୍ଵାଇଁ , କାହ୍ନୁଚରଣ ବେହେରା ,ସଞ୍ଜୟ ନାୟକ ,ବିଶ୍ଵନାଥ ତ୍ରିପାଠୀ , ପ୍ରଶାନ୍ତ କୁମାର ବେହେରା , ନନ୍ଦ ପ୍ରଧାନ , ରମା ରମଣ ଦେବ ପାତ୍ର , ରମେଶ ପଣ୍ଡା ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।
ଏକାନ୍ତ ଆଶ୍ରମ ପରିସରରେ ନୂତନ ମଣ୍ଡପ ଉଦଘାଟନ ଓ ଶିଳାନ୍ୟାସ କଲେ ବିଧାୟକ