.
Thursday, March 5, 2026
Homeଜିଲ୍ଲା ସମ୍ବାଦଉତ୍କଳ କଳାକାର ଏକାଡେମୀର ବଦାନ୍ୟତା

ଉତ୍କଳ କଳାକାର ଏକାଡେମୀର ବଦାନ୍ୟତା

Sambhava News: 25/07/2025: 4 p.m. : ରାଜ୍ୟର ସବୁ ବର୍ଗର କଳାକାର ମାନଙ୍କର ମଙ୍ଗଳ ନିମନ୍ତେ ଗଢି ଉଠିଥିବା ଉତ୍କଳ କଳାକାର ଏକାଡେମୀ କଥାରେ ନୁହେଁ କାର୍ଯ୍ୟରେ କରି ଦେଖେଇବାର ନିଷ୍ପତ୍ତି ନେଇ ଛିଡା ହେବାକୁ ପ୍ରୟାସ କରିଛି ଅବହେଳିତ, ଦୁଃଖୀ ରୋଗାକ୍ରାନ୍ତ କଳାକାର ପରିବାର ନିକଟରେ ! ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରିପୋଖରୀ ଥାନା ଅଧୀନ ଚତୁର୍ଭୁଜପୁର ଗ୍ରାମରେ !କଳାକାର ଏକାଡେମୀରେ ସଦସ୍ୟ ଥିବା ଆକାଶ ସେଠୀ ପିତା ବିଜୟ ସେଠୀ ଙ୍କର ମାତା ଝରଣା ସେଠୀ, ଓ ସେହି ଗ୍ରାମର ପ୍ରମିଳା ସେଠୀଙ୍କ ଅତି ଗୁରୁତର ବ୍ୟାଧି ଯୋଗୁଁ ଚିକିତ୍ସା କରିବାକୁ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକାଡେମୀ ସାହାଯ୍ୟର ହାତ ବଢ଼େଇଛି ! ଏକାଡେମୀର ପ୍ରତିଷ୍ଠାତା ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ଏହି ଖବର ପାଇ ଏକାଡେମୀର ପରାମର୍ଶ ଲୋଡ଼ିଥିଲେ !ଏକାଡେମୀର ଚେୟାରମ୍ୟାନ ଶ୍ରୀଯୁକ୍ତ ଶଶଧର ପଣ୍ଡା, କାର୍ଯ୍ୟ କାରୀ ସଭାପତି ଶ୍ରୀଯୁକ୍ତ ହରିହର ସ୍ୱାଇଁ, ଉପସଭାପତି ଭାରତସୁନ୍ଦରୀ ମୋନାଲିସା ଦେବତା,ଯୁଗ୍ମ ସମ୍ପାଦକ ପ୍ରଜ୍ଞା ପରମିତା ଦାଶ, ଭାଇସ ଚେୟାରମ୍ୟାନ ରୋଜାଲିନ ସେନାପତି, ଡାଇରେକ୍ଟର ବିଚିତ୍ରାନନ୍ଦ ସ୍ୱାଇଁ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ମଲ୍ଲିକ ଏବଂ ଏକାଡେମୀର ସମସ୍ତ ପଦାଧିକାରୀ ମାନଙ୍କ ପରାମର୍ଶ କ୍ରମେ,ଅଭିନେତା ଆକାଶ ସେଠୀଙ୍କ ମାଆ ଝରଣା ସେଠୀଙ୍କ ହୃଦରୋଗ, ବ୍ରେନ ଷ୍ଟ୍ରୋକ, ପାରାଲିସିସର ଚିକିତ୍ସା ନିମନ୍ତେ ୧୫, ୦୦୦/ଟଙ୍କା ଓ ପ୍ରମିଳା ସେଠୀଙ୍କ ଚିକିତ୍ସା ପାଇଁ ୫୦୦୦/ଟଙ୍କା ସହାୟତା ରାଶି ପ୍ରଦାନ କରି ବଦାନ୍ୟତା ପ୍ରଦର୍ଶନ କରିଛନ୍ତି !ଏହି ସହାୟତା କାର୍ଯ୍ୟରେ ଚେୟାରମ୍ୟାନ ଶଶଧର ପଣ୍ଡା ଓ ପ୍ରତିଷ୍ଠାତା ସମ୍ପାଦକ କୈଳାସ ନାୟକ ନିଜେ ରୋଗଗ୍ରସ୍ତା ଝରଣା ଓ ପ୍ରମିଳାଙ୍କ ଗାଆଁକୁ ଯାଇ ସମସ୍ତ ବିଷୟ ଅନୁଧ୍ୟାନ କରି ସହାୟତା ରାଶି ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା !
ଏକାଡେମୀ ତରଫରୁ ବିଭିନ୍ନ ରୋଗର ନିଃଶୁଳ୍କ ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ପାଇଁ ଆସନ୍ତା ଜୁଲାଇ ୨୭ ତାରିଖ ଦିନ ଏକ କର୍ମଶାଳା ଆୟୋଜିତ କରିଛନ୍ତି ! ଅନେକ ଅସହାୟ ନିରାଶ୍ରୟ ବ୍ୟକ୍ତି ନିଶ୍ଚିତ ଭାବେ ଉପକୃତ ହୋଇପାରିବେ ବୋଲି କୈଳାସ ଚନ୍ଦ୍ର ନାୟକ ସୂଚନା ପ୍ରଦାନ କରିଛନ୍ତି !!

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on