ଅସ୍ତରଙ୍ଗ :-୧୮/୧୨ (ଏସ.ଏନ.ଏସ.) ଚଳିତ ବର୍ଷ ଅଲିଭ ରିଡଲେ କଇଁଚ ଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅସ୍ତରଙ୍ଗ ବନାଞ୍ଚଳ ରୁ ଆସିଚି ଖୁସି ଖବର ପ୍ରଥମ କରି ଗୋଟିଏ କଇଁଚ ଦେବୀ ନାସି ରେ ୮୧ଟି ଅଣ୍ଡା ଦେଇଚି ବୋଲି ଫରେଷ୍ଟର ବିରଜା ମହାପାତ୍ର ସୂଚନା ଦେଇଛନ୍ତି।କଇଁଚ ଅଣ୍ଡା ଦେଇଥିବା ଉପକୂଳ ରେ ବନ ବିଭାଗ ର କର୍ମଚାରୀ ପେଟ୍ରୋଲିଙ୍ଗ ସମୟ ରେ ଜାଣିବାକୁ ପାଇଥିଲେ ଏବଂ ସେହି ଅଣ୍ଡାକୁ ନେଇ ଦେବୀ ନାସିରେ ଥିବା ଅସ୍ଥାୟୀ ହାଚେରୀ ରେ ରଖା ଯାଇଛି। ଏଠାରେ ସୂଚନା ଥାଉ କି କିପରି କଇଁଚ ମାନେ କୂଳକୁ ଆସି ସୁରକ୍ଷିତ ଅଣ୍ଡା ଦେବେ ସେଥିପାଇଁ ଅସ୍ତରଙ୍ଗ ବନବିଭାଗ ପକ୍ଷରୁ ବ୍ୟବସ୍ଥା କରାଯିବା ସହିତ ଅଣ୍ଡା ଗୁଡିକ ଛୁଆ ଫୁଟିବା ପର୍ଯ୍ୟନ୍ତ କିପରି ସୁରକ୍ଷିତ ରହିବ ସେଥିପାଇଁ ଦେବିନାଶୀ, ଜାହାନିଆ, ଦାଳୁକଣି, ଗଙ୍ଗାଦେବୀ,ଏବଂ ଆଇଲ୍ୟାଣ୍ଡ ଠାରେ ଅସ୍ଥାୟୀ ହାଚେରୀ ପ୍ରସ୍ତୁତ କରାଯାଇଚି କିନ୍ତୁ ମାଳ ମାଳ ଚିଙ୍ଗୁଡ଼ି ଘେରି ର ଆଲୋକ, ବିସାକ୍ତ ପାଣି ଏବଂ ଦିନ ରାତି ଚାଲୁଥିବା ଏରିଏଟର ର ମଟର ସାଉଣ୍ଡ ଭିତରେ କେତେ ସଂଖ୍ୟାରେ କଇଁଚ ଅଣ୍ଡା ଦେବାକୁ ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା।

