.
Monday, December 23, 2024
Homeଜିଲ୍ଲା ସମ୍ବାଦବ୍ଲକଅସହାୟ ଦୃଷ୍ଟିହୀନ ବ୍ୟକ୍ତିକୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଘର

ଅସହାୟ ଦୃଷ୍ଟିହୀନ ବ୍ୟକ୍ତିକୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଘର

ଚାରିଛକ :- ୧୩/୧୧ (ସଂଭବ ନିୟୁଜ ) କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ସାରା ରାଜ୍ୟରେ କୌଣସି ଲୋକ ଭଙ୍ଗା ଚାଳ ମାଟି କାନ୍ଥ କଚା ଘରେ ରହିବେ ନାହିଁ ବୋଲି କହିଥିବା ବେଳେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭୋଦର ପଞ୍ଚାୟତ ୨ ନଂ ଓୟାଡ଼ ର ନାଲବାଗ ମହୁରିଆ ସାହିରେ ଦୀର୍ଘବର୍ଷ ଧରି ରହିଆସୁଥିବା ଦୃଷ୍ଟିହୀନ ବ୍ୟକ୍ତି ଦିଲିପ ମାହାରକୁ ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସହଯୋଗରେ ବା ନିର୍ଦ୍ଦେଶରେ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ଖଣ୍ଡେ ଦିଆଯାଇଛି । ଯାହା ଫଳରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶ ଯେ ଦିଲିପ ମାହାର ଜଣେ ଜନ୍ମରୁ ଅନ୍ଧ ଦୃଷ୍ଟିହୀନ ବ୍ୟକ୍ତି ଓ ତାର ସ୍ତ୍ରୀ ସୁମିତ୍ରା ମାହାର ଓ ୧୪ ବର୍ଷର ଝିଅକୁ ନେଇ ତିନି ପରିବାର । ଶ୍ରୀ ମାହାରଙ୍କ ନିଜସ୍ଵ ଜମି ନ ଥିଲା ।ଯାହା ଫଳରେ ସରକାରଙ୍କ ଆବାସ ଗୃହରୁ ବଞ୍ଚିତ ହେଉଥିଲେ ମାହାର ପରିବାର । ଯେଉଁଠି ଚଳୁଥିଲେ ସେ ଜମି ରାଜାର ନରେଶ ଚନ୍ଦ୍ର ମିତ୍ରଙ୍କ ଥିଲା ।ଦୀର୍ଘବର୍ଷ ଧରି ସେବକ ଦିଲିପ ମାହାର ମେଲା ଜରି ପଲିଥିନ କୁଡ଼ିଆ ଘରେ ତିନି ପରିବାର ବିପଦପୂର୍ଣ୍ଣ ଅବସ୍ଥାରେ ଚଳୁଥିବା ଦେଖି ଶ୍ରୀ ମିତ୍ର କିଛି ଜାଗା ଦେଇଥିଲେ ।ପରେ ସେହି ଜାଗା ଉପରେ ଭୋଦର ପଞ୍ଚାୟତର ସରପଞ୍ଚ ଚାରୂଲତା ବେହେରାଙ୍କ ଚେଷ୍ଟା ଓ ସହଯୋଗରେ ଶ୍ରୀ ମାହାରକୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମିଳିଥିଲା । ନୀରିହ ଦୃଷ୍ଟିହୀନ କୁ ନିମାପଡା ବିଧାୟକ ନିର୍ଦ୍ଦେଶରେ ପଞ୍ଚାୟତର ସରପଞ୍ଚ ସହଯୋଗରେ ଶ୍ରୀ ମାହାର କୁ ପ୍ରଧାନମନ୍ତ୍ରୀ ଆବାସ ଘରଟିଏ ମିଳି ଥିବାରୁ ଗ୍ରାମର ସମାଜସେବୀ ଆଇ ଆର ଏସ ଅଧିକାରୀ ଚନ୍ଦ୍ରକାନ୍ତ ଦଳାଇ ,ଗଦାଧର ସେଠ ପ୍ରମୁଖ ରାଜା ର ନରେଶ ଚନ୍ଦ୍ର ମିତ୍ର ସହ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକକୁ ଧନ୍ୟବାଦ ଦେଇଥିଲେ ।

ଅସହାୟ ଦୃଷ୍ଟିହୀନ ବ୍ୟକ୍ତିକୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଘର

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on