ଚାରିଛକ:- ୧୧/୧୦ (ଏସ.ଏନ.ଏସ.) ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ଅଳକୁଣ୍ଡ ଠାରେ ଥିବା ତାରିଣୀ ଧାନ ମିଲରୁ ଦୈନିକ ବହୁ ପରିମାଣରେ ରାସାୟନିକ କେମିକାଲ ମିଶା ପାଣି ବାହାରି ଅଞ୍ଚଳରେ ଥିବା ନାଳରେ ଯାଇ ଚାଷ ହେଉଥିବା ବିଲରେ ମିଶୁଛି, ଆଉ ନାଳ ସଫେଇରେ ଜମି ରହି ଦୃଗନ୍ଧ ହେଉଛି । ଯାହା ଫଳରେ ଚାଷ କାର୍ଯ୍ୟ କରିବାକୁ ଆସୁଥିବା ଚାଷୀ ମାନେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଆକ୍ରାନ୍ତ ହେବା ସହିତ ବାହାରୁ ମଜୁରୀ ଲାଗିବାକୁ ଆସୁଥିବା ଲୋକମାନେ ମୂଲ ଲାଗିବାକୁ ଭୟ କରୁଛନ୍ତି ବୋଲି ଅଞ୍ଚଳରେ ଅଭିଯୋଗ ହେଉଛି ।ଏହି ତାରିଣୀ ଧାନ ମିଲି ଚାଲିବା ବେଳେ ଏହି ମିଲରୁ ବାହାରୁ ଥିବା କେମିକାଲ ପାଣି ରାସ୍ତା ପର୍ଶୋରେ ଥିବା ଜୋରରେ ଜମି ରହିବା ଦ୍ୱାରା ଏତେ ଦୃଗନ୍ଦ ସୃଷ୍ଟି ହେଉଛି ଯେ ସେଠାରେ ବସବାସ କରୁଥିବା ଲୋକଙ୍କ ରହିବା ସେମାନଙ୍କ ପାଇଁ କଷ୍ଟ କର ହୋଇ ପଡ଼ିଛି ବୋଲି କିଛି ଲୋକ ଅଭି ଯୋଗ କରୁଛନ୍ତି । ଘରେ ରହିବା କଷ୍ଟ ହେଉଥିବା ବେଳେ କାନ୍ଥ କବାଟ ,ଝରକା ଓ ଛାତ ମାନଙ୍କରେ ଏକ ବଡ଼ ଧରଣର ଡ୍ରଷ୍ଟ ପଟୁ ମାଡି ଯାଉଛି ବୋଲି ପୂର୍ବରୁ ବହୁବାର ଅଭିଯୋଗ ହେବା ସହ ବିଭିନ୍ନ ଖବର କାଗଜ ରେ ପ୍ରକାଶ ପାଇଛି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ସାଧାରଣରେ ଦାବି ହେଉଛି ।ଏହି କେମିକାଲ ମିଶା ପାଣିରେ ଚୋକରଡା ,ବେଗୁନିଆ ,ବସନ୍ତପୁର ,ଚାରି ମୌଜା ,ଅଳକୁଣ୍ଡ ସହିତ ଆଖପାଖ ଅଞ୍ଚଳର ଅନେକ ଗ୍ରାମର ଲୋକମାନେ ଆଫେକ୍ଟ ହେଉଛନ୍ତି ବୋଲି ଅଞ୍ଚଳରେ ଅଭିଯୋଗ ହେଉଛି । ଏ ସଂମ୍ପର୍କ ରେ ଜଣେ ସମାଜ ସେବୀ ଟୁଲୁ ମଲ୍ଲିକ ସହିତ ନେତ୍ରାନନ୍ଦ ବାରିକ ଅନେକ ଚାଷୀ ଅଶୋକ ନାୟକ ,ଆଲୋକ ନାୟକ , ବୃନ୍ଦାବନ ନାୟକ ସହିତ ଅନେକ ଚାଷୀ ଅଭିଯୋଗ କରିଛନ୍ତି ।ଏ ଦିଗରେ ରାଜ୍ୟ ପ୍ରଦୁକ୍ଷଣ ବିଭାଗ ,୫ ଟି ସଚିବ ,ଓ ପୁରୀ ଜିଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳରେ ଦାବି ହେଉଛି । ଯଦି ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କୌଣସି ଆଇନିଗତ ପଦକ୍ଷେପ ନ ନିଆଯାଏ ତାହାଲେ ରାଜ ରାସ୍ତା କୁ ଓଲ୍ହାଇବେ ବୋଲି ଅଞ୍ଚଳର ଚାଷୀ , ବୁଦ୍ଧିଜୀବୀ ଓ ସମାଜ ସେବୀ ମାନେ ଦାବି କରିଛନ୍ତି ।

