.
Tuesday, December 24, 2024
Homeରାଜ୍ୟମାଟ୍ରିକରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର , କାଲି ଠାରୁ ଆରମ୍ଭ ହେବ...

ମାଟ୍ରିକରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର , କାଲି ଠାରୁ ଆରମ୍ଭ ହେବ +2 ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର :06/06/2024 (ଏସ.ଏନ.ଏସ.) 2024-2025 ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ 2 କଲେଜର ପ୍ରଥମ ବର୍ଷ (ଏକାଦଶ ଶ୍ରେଣୀ )ରେ ନାମଲେଖା ପ୍ରକ୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ଉପାଶାସ୍ତ୍ରୀ ଓ ଧନ୍ଦାମୂଳକ ପଥାକ୍ରମରେ ନାମଲେଖା ହେବ ।
ପୂର୍ବାହ୍ନ 11 ଟାରେ ସାମସ ପୋର୍ଟାଲ www.samsodisha.gov.in ରେ କମନ ଅଃପ୍ଲିକେସନ ଫର୍ମ (ସିଏଫ ) ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଜୁଲାଇ 6 ସୁଦ୍ଧା ପଞ୍ଜିକରଣ କରିପାରିବେ ଓ ଜୁଲାଇ 18 ପୂର୍ବାହ୍ନ 11.45 ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇ ଜୁଲାଇ 19 ରୁ 23 ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ ।

ଅଗଷ୍ଟ 1 ରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । 2 ରୁ 6 ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ରିପୋର୍ଟିଂ କରିବେ । ସ୍ପଟ ନାମଲେଖା ପାଇଁ ଅଗଷ୍ଟ 7 ଓ 8 ରେ ଓ ଚଏସ ଲକିଂ ସୁବିଧା ମଧ୍ୟ ଅଛି । ଅଗଷ୍ଟ 14 ରେ ସ୍ପଟ ସିଲେକ୍ସନ ଲିଷ୍ଟ ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ 14 ରୁ 16 ମଧ୍ୟରେ ଅନୁଷ୍ଠିତ ହେବ । କିନ୍ତୁ ଅଗଷ୍ଟ 1 ରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ।

RELATED ARTICLES

2 COMMENTS

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on