ଗୋପ :௦୨/୧୨ (ଏସ.ଏନ.ଏସ.) ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଗୋପ ବ୍ଲକ ସମୂଖରେ ରାଜ୍ୟର ଦୁର୍ନୀତି ଓ ସରକାରଙ୍କ ମନମୁଖୀ ଶାସନ ଯୋଗୁଁ ଗୋପ ବ୍ଲକ ଘେରାଉ ହୋଇଯାଇଛି । ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମ ରେ ରାଜ୍ୟ ପୂର୍ବତନ ବିଜେପି ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଯୋଗ ଦେଇ ରାଜ୍ୟ ସରକାରଙ୍କ ଦୁର୍ନୀତି ସରକାରଙ୍କ ଯୋଜନା ରେ ଅନ୍ୟାୟ ବିରୋଧ ରେ ବର୍ଷିଥିଲେ ।ଏହି କାର୍ଯ୍ୟକ୍ରମ ରେ ପୁରୀ ସଦର ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ ,ଜଗତସିଂହପୁର ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ , ନିମାପଡା ନିର୍ବାଚନ ମଣ୍ଡଳୀର ନାରୀ ନେତ୍ରୀ ପ୍ରଭାତୀ ପରିଡା ,ଯୁବ ନେତା ଦିଲିପ ନାୟକ ,ପୂର୍ବତନ ବିଧାୟକ ବାଇଧର ମଲ୍ଲିକ , ପୂର୍ଣଚନ୍ଦ୍ର ଓଝା , ସୁଶାନ୍ତ ସ୍ୱାଇଁ ,ରାଜକିଶୋର ନାୟକ ,କୃଷ୍ଣଚନ୍ଦ୍ର ସ୍ୱାଇଁ ,ଯତୀନ୍ଦ୍ରନାଥ ସ୍ୱାଇଁ , ପୂର୍ଣଚନ୍ଦ୍ର ସାହୁ ,ମାନସ ପ୍ରଧାନ ,ଶିବ ପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଏହି ଗଣ ବିକ୍ଷୋଭ କାର୍ଯ୍ୟକ୍ରମରେ ଗୋପ ବ୍ଲକରୁ ୨ ହଜାର ରୁ ଉର୍ଦ୍ଧ୍ବ କାର୍ୟ୍ଯ କର୍ତ୍ତା ଯୋଗ ଦେଇଥିଲେ ।

