ଚାରିଛକ :- ୦୭/୧୦ (ସଂଭଵ ନିୟୁଜ ) ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଅଖିଳ ଭାରତୀୟ କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶରେ ସାରା ଦେଶରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଜ୍ୟ ପିସିସି ସଭାପତି ଶରତ ପଟନାୟକ ଙ୍କ ଆଦେଶରେ ସାରା ରାଜ୍ୟରେ ଘରେ ଘରେ ହାତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେହି ଆଧାରରେ ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ରେ ଏକ ଜନ ସଂମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ପୁରୀ ଜିଲ୍ଲା ଦଳିତ ଅଧ୍ୟକ୍ଷ ଗୋବିନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ବାହାରଣା ପଞ୍ଚାୟତରେ ଏକ ଘରେ ଘରେ ଚାଲ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପଞ୍ଚାୟତର ଦିନଇଲୋ ଠାରୁ ଆରଂମ୍ଭ ହୋଇ ବାହାରଣା ପଞ୍ଚାୟତ କାର୍ଯ୍ୟଳୟ ଠାରେ ଶେଷ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିର୍ନ ଜନବିରୋଧୀ ନୀତି ବିରୋଧରେ ଲୋକମାନଙ୍କୁ ସଚେତନ କରାଇବା ସହିତ ଘରେ ଘରେ ଯାଇ ଦଳୀୟ ପତ୍ରିକା ବଣ୍ଟନ କରିଥିଲେ । ଉକ୍ତ ପଦଯାତ୍ରାରେ ଜିଲା ଉପ ସଭାପତି ଜୟ ରାମ ବରାଳ ,ସାଧାରଣ ସ୍ନମ୍ପାଦକ ଦେଵବ୍ରତ ପାତ୍ର ,ସ୍ନମ୍ପାଦକ ଜିଲ୍ଲା ରମେଶ ଚନ୍ଦ୍ର ମଲ୍ଲିକ ,ବାହାରଣା ପଞ୍ଚାୟତ ସଭାପତି ବୈଷ୍ଣବ ଚରଣ ମହାନ୍ତି ,ସଗଡା ପଞ୍ଚାୟତ କର୍ମୀ ବିପିନ ବେହେରା ,ନବଘନ ମଲ୍ଲିକ ,ସମାଜସେବୀ ସୁଧୀର ମହାନ୍ତି , ପ୍ରମେଶ ମଲ୍ଲ ,ବସନ୍ତ ସ୍ୱାଇଁ ,ବିଜୟ ନାୟକ ,ରବୀନ୍ଦ୍ର ଖଟୋଇ ,ନିରଞ୍ଜନ ଭୋଳ ,ବେଣୁଧର ଖଟୋଇ ,ପ୍ରକାଶ ହାତୀ, ନିସିକାନ୍ତ ସ୍ୱାଇଁ ,କାଳନ୍ଦୀ ବାରିକ ,ସେକ ୟୁଇଦି , ବନ ବିହାରି ଦାସ , ଅର୍ଜୁନ ସ୍ୱାଇଁ ,ପର୍ଶୁରାମ ପରିଡା ,କବିତା ଦାସ ,ଆରତ ମଲ୍ଲ ,ଯୁବ ସଭାପତି ସୁଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ । ଏହି ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ କାର୍ଯ୍ୟ ହୋଇଥିବାରୁ କର୍ମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା ।


Please like share comments subscribe
Great
VQcDMyTek
qcCAvlMz
Thanks for sharing