.
Friday, March 6, 2026
Homeଜିଲ୍ଲା ସମ୍ବାଦବାଲୁଙ୍କ ଗ୍ରାମର ଡିହସାହି ଠାରେ ଥିବା ନଳକୂପ ରୁ ପିଉଛନ୍ତି ବିଶୁଦ୍ଧ ପାନୀୟ ପାଣି

ବାଲୁଙ୍କ ଗ୍ରାମର ଡିହସାହି ଠାରେ ଥିବା ନଳକୂପ ରୁ ପିଉଛନ୍ତି ବିଶୁଦ୍ଧ ପାନୀୟ ପାଣି

ଚାରିଛକ :- ୧୮/୧୦ (ଏସ.ଏଁ.ଏସ.) ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପ୍ରତି ଗ୍ରାମାଞ୍ଚଳରେ ନଳକୂପ ବସାଯାଇଥିବା ବେଳେ ଏହି ସବୁ ନଳକୂପ ସୁରକ୍ଷା ପାଇଁ ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନା ରେ ଟଙ୍କା ଖର୍ଚ୍ଚ ହୋଇ ନଳକୂପ ମରାମତି ହେଉଥିବା ବେଳେ ଗାଁ କଲ୍ୟାଣ ସମିତି ମାଧମରେ ନଳକୂପ ମୂଳକୁ ପରିଷ୍କାର ରଖିବା,ବ୍ରିଚିଙ୍ଗି ପାଉଣ୍ଡର ପକାଇବା ନିୟମ ଥିବା ବେଳେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଛଣିଜଙ୍ଗ ପଞ୍ଚାୟତ ବାଲୁଙ୍କ ଗ୍ରାମର ଡିହ ସାହି ରେ ଥିବା ନଳକୂପ ବିଭିନ୍ନ ପ୍ରକାର ଲତା ଅନାଵନା ଗଛ ଉଠି ମାଡିଥିବା ବେଳେ ନଳକୂପ ମୂଳରେ ପଲିଥିନ ,ଅଳିଆ ଆବର୍ଜନା ପାଣି ଜମି ରହୁଥିବା ଦେଖିବାକୁ ମିଳିଛି ।ଏହି ନଳକୂପ ପାଣି ପିଇବାକୁ ପାଖରେ ଥିବା ଲୋକ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଏହି ପାଣି ପିଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଗ୍ରାମ ବାସି ମାନେ ଅଭିଯୋଗ ହେଉଛି ।ଏହି ବାଲୁଙ୍କ ଗ୍ରାମରେ ନଳକୂପ ପରିଷ୍କାର ଓ ବ୍ରିଚିଙ୍ଗି ପାଉଣ୍ଡର ଖର୍ଚ୍ଚ ହେବା ପାଇଁ ଆସୁଥିବା ଗାଁ କଲ୍ୟାଣ ସମିତି କୁ ଆସୁଥିବା ଟଙ୍କା ଯାଉଛି କୁଆଡେ ହେଉଛି କଣ ବୋଲି ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଏ ଦିଗରେ ନିମାପଡା ବିଡ଼ିଓ ,ପୁରୀ ଜିଲ୍ଲା ଜିଲାପାଳ ,୫ ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

ବାଲୁଙ୍କ ଗ୍ରାମର ଡିହସାହି ଠାରେ ଥିବା ନଳକୂପ ରୁ ପିଉଛନ୍ତି ବିଶୁଦ୍ଧ ପାନୀୟ ପାଣି
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on