ଚାରିଛକ :- ୧୧/୧୦ (ଏସ.ଏନ.ଏସ.) ସାଧାରଣ ଲୋକଙ୍କ ଜାତୟତା ପାଇଁ ଗ୍ରାମଞ୍ଚଳେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ପକା ସଡ଼କ ନିର୍ମାଣ ହେଉଥିବା ବେଳେ ଏହି ରାସ୍ତା ନିର୍ମାଣରେ କିଛି କୁଜି ନେତାଙ୍କ ଚାପରେ ପଡି ଠିକ ଆସିଥିବା ରୁଟୁ ତାଲିକା ଅନୁସାରେ ରାସ୍ତା କାମ ନ ହୋଇ ବରାଦ ନ ଥିବା ବା ପ୍ଲାନିଙ୍ଗନ ଥିବା ଗ୍ରାମକୁ ରାସ୍ତା କାମ ହେଉଥିବା ଅଭିଯୋଗ ହେଉଛି ।ପ୍ରକାଶ ଯେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତରେ ଚାରିଛକ କାକଟପୁର ମୁଖ୍ୟ ରାସ୍ତା ବିବେକାନନ୍ଦ ସ୍କୁଲ ଠାରୁ ଛବାଟିଆ ,ଚହଟା ,ବେଲପଦା ଦେଇ ସାନହୁଲୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ନିମାପଡା ବିଧାୟକ ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଭିତି ସ୍ଥାପନ କରିଥିଲେ । ଏହି ରାସ୍ତା ବିବେକାନନ୍ଦ ସ୍କୁଲ ଛକ ଠରୁ ଭାୟା ଛବାଟିଆ , ଚହଟା ,ବେଲପଡ଼ା ଦେଇ ଚହଟା ମୌଜାର ବାଲିଉପର ଦେଇ ଵିନିସିପୁର କେନାଲ ର ଉତ୍ତର ପଟ ବନ୍ଧରେ ସାନହୁଲି ପର୍ଯ୍ୟନ୍ତ ନିର୍ମାଣ ହେବାକୁ ପ୍ଲାନିଂଗ ଆସିଅଛି ବୋଲି ଚହଟା ଗ୍ରାମର ଗ୍ରାମବାସୀଙ୍କୁ କାର୍ଯ୍ୟ ରତ ଠିକାଦାର ପ୍ରକାଶ କହିଥିଲେ। କିନ୍ତୁ କେତେକ ମୃଷ୍ଟି ମୟୀ କୁଜି ନେତାଙ୍କ ଚାପରେ ବରାଦ ନ ଥିବା ବା ଆବଶ୍ୟକ ନ ଥିବା କେତେକ କୁଜି ନେତାଙ୍କ ନିଜର ଫାଇଦା ସୁବିଧା ପାଇଁ ପ୍ରକୃତ ବରାଦ ଅନୁସାରେ ଆବଶ୍ୟକ ଥିବା ରାସ୍ତା ନିର୍ମାଣ କାମକୁ ମନ ମୁଖୀ ଭାବେ ପରିବର୍ତ୍ତନ କରି ରାସ୍ତା ନିର୍ମାଣ କାମ ଆରଂମ୍ଭ କରୁଛନ୍ତି ବୋଲି ଅଭିଯୋଗ ହେଇଛି । ଯାହାକୁ ଚହଟା ତ୍ରିପାଠୀ ସହିକୁ ଅଣଦେଖା କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଏହି ରାସ୍ତା କାର୍ଯ୍ୟ ଲାଗି ଗ୍ରାମବାସୀ ପକ୍ଷରୁ ସ୍ଥାନୀୟ ବିଡ଼ିଓ ,ବିଧାୟକ , ପୁରୀ ଜିଲ୍ଲା ଜିଲାପାଳ ଓ ୫ ଟି ସଚିବ ,ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଠିକ ଭାବରେ ତଦନ୍ତ କରି ଠିକ ଆବଶ୍ୟକ ଅନୁସାରେ ରାସ୍ତା ନିର୍ମାଣ କାମ କରିବା ପାଇଁ ଛବାଟିଆ ,ଚହଟା ,ବେଲପଡ଼ା ଓ ସାନହୁଲି ଗ୍ରାମର ଗ୍ରାମବାସୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ,ଦୀପ୍ତି ହୋତା ,ବନ ବିହାରି ତ୍ରିପାଠୀ ,ପାର୍ବତୀ ତ୍ରିପାଠୀ ,ଦିନିମୟ କୁମାର ମିଶ୍ର ,ମାନସ ରଞ୍ଜନ ମିଶ୍ର ,ଅଗାଧୁ ଦାସ ,ଜଟାଧାରୀ ସାହୁ ,ମାନସ ଭୋଇ ସୁବାସ ଚନ୍ଦ୍ର ତ୍ରିପାଠୀ ସହିତ ଶତାଧିକ ଲୋକ ଦାବି କରିଛନ୍ତି । ଯଦି ସରକାର ଙ୍କ ନିୟମ ଅନୁସାରେ ବା ଠିକାଦାର ପ୍ରକାଶ କରିଥିବା ଅନୁସାରେ ରାସ୍ତା ନିର୍ମାଣ କାମ ନ ହୁଏ ତାହାଲେ ଆଇନିକୁ ହାତକୁ ନେବା ସହ ରାଜ ରାସ୍ତାକୁ ଓଲ୍ହାଇବୁ ବୋଲି ଗ୍ରାମବାସୀ ମାନେ ଧମକ ଦେଇଛନ୍ତି ।

