ନିମାପଡା :- ୧୧/୧୦ (ଏସ.ଏନ.ଏସ.) ପୁରୀ ଜିଲ୍ଲା ନିମାପଡା ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ନିମାପଡା ନିର୍ବାଚନ ଯୁବ ନେତା ଦିଲିପ କୁମାର ନାୟକ ଯୋଗଦେଇ ବିଜେଡ଼ି ଓ କଂଗ୍ରେସ ଦଳରୁ ଆସିଥିବା କର୍ମୀମାନଙ୍କୁ ବିଜେପି ଟୋପି ଓ ଉତରୀୟ ପିନ୍ଧାଇ ବିଜେପି ଦଳରେ ମିଶାଇ ଥିଲେ ।ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନରେ ମୁଗ୍ଧ ହୋଇ ନିମାପଡା ନାରୀ ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଓ ଯୁବ ନେତା ଦିଲିପ କୁମାର ନାୟକ ଉପରେ ଆସ୍ଥା ସ୍ଥାପନା କରି ବିଜେଡି ଓ କଂଗ୍ରେସ ପାର୍ଟି ଛାଡି ବିଜେପିରେ କର୍ମୀମାନେ ମିଶିଛନ୍ତି ।ଏହି ମିଶ୍ରଣ ପର୍ବରେ ବିଜେଡି କଂଗ୍ରେସ ଛାଡି ଜଳନ୍ଧର ପରିଡା ,ସାରଦା ପ୍ରଶ୍ନ ପରିଡା , ଜମିଲା ଖାନ ,ମୁରଲୀଧର ପ୍ରଧାନ ,ବିପ୍ଳବ ବରାଳ ,ଚିରଞ୍ଜନ ପ୍ରଧାନ ,ଗନୀ ପରିଡା ,ପ୍ରଦୀପ ପ୍ରଧାନ ,ହିମାଂଶୁ ବରାଳ ସହିତ ୫୦ ରୁ ଉର୍ଦ୍ଧ୍ବ କର୍ମୀମାନେ ବିଜେପିରେ ଯୋଗଦେଇ ଥିଲେ ।ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ମାନସ ପ୍ରଧାନ ,ବିଜେପି ସଯୋଜକ ପ୍ରଦୀପ୍ତ କୁମାର ନାୟକ ,ସନ୍ତୋଷ ରଥ ,ଗୁଡୁ ନାୟକ ,ଅଜୟ ଭୋଇ ,ଝିଲିଲତା ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ମିଶ୍ରଣ ପର୍ବରେ ସହଯୋଗ କରିଥିଲେ ।

