କାକଟପୁର :- ୧୨/୧୦ (ଏସ.ଏନ.ଏସ.) ପୁରୀ ଜିଲ୍ଲା ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ବାଳକବାଳିକା କବାଡି ପ୍ରତିଯୋଗିତା ୨୦୨୩ -୨୪ ଉଦ୍ଯାପିତ ହୋଇଯାଇଛି । ଦୀର୍ଘ ଦୁଇ ଦିନ ଧରି ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୭ବର୍ଷରୁ କମ୍ ବାଳକ ବର୍ଗରେ ପୁରୀ ସଦର ଓ ବାଳିକା ବର୍ଗରେ ଗୋପ ବ୍ଳକ ଚମ୍ପିୟାନ ଏବଂ ଡେଲାଙ୍ଗ ଓ ପିପିଲି ବ୍ଳକ ରନର୍ସଅଫ ଭାବେ କୃତିତ୍ଵ ଅର୍ଜନ କରିଛନ୍ତି । ସେହିପରି ୧୪ ବର୍ଷ ଉଭୟ ବାଳକ ଓ ବାଳିକା ବର୍ଗରେ ଡେଲାଙ୍ଗ ବ୍ଳକ ଚମ୍ପିୟାନ ହୋଇଥିବା ବେଳେ ରନର୍ସଅଫ ଭାବେ ବାଳକ ବର୍ଗରେ ବ୍ରହ୍ମଗିରି ଓ ବାଳିକା ବର୍ଗରେ ପୁରୀସଦର କପ୍ ଓ ପ୍ରମାଣ ପତ୍ର ଲାଭ କରିଛନ୍ତି । ମୁଖ୍ୟ ଅତିଥିଭାବେ କାକଟପୁର ପଂଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଧର ନାୟକ ଯୋଗ ଦେଇ କୃତି କ୍ରୀଡାବିତ୍ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିବା ସହିତ କ୍ରୀଡା ହିଁ ଶୃଙ୍ଖଳା ଶିକ୍ଷା ଦେଇଥାଏ ବୋଲି ବୋଲି ମତ ଦେଇଥିଲେ । ବ୍ଲକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ସରପଂଚ ଅଭୟ କୁମାର ସେଠୀ,ସମାଜସେବୀ ରତିକାନ୍ତ ବେହେରା, ପ୍ରଶାସକ ପ୍ରଭାତ କୁମାର ତରାଇ,ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁରୀ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ଦୁଇ ଦିନର ବିବିରଣୀ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରତାପ କୁମାର ରାଉତ ଅତିଥି ମାନଙ୍କର ପରିଚୟ ଓ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ କାକଟପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାଳିକା ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ । ବରିଷ୍ଟ ଶିକ୍ଷକ ପୀତବାସ ଦୀକ୍ଷିତ ଧନ୍ୟବାଦ ପ୍ରଦାନ କରିଥିଲେ । ପୁରୀ ଜିଲ୍ଲାର ମୋଟ ୧୧ଟି ବ୍ଳକ ର ମୋଟ ୪୦୭ ଜଣ ପ୍ରତିଯୋଗୀ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ଯୋଗ୍ୟ ବିବେଚିତ କ୍ରୀଡାବିତ୍ ମାନେ କ୍ରୀଡାବିତ୍ ମାନେ ଆସନ୍ତା ୧୬ ତାରିଖରୁ ଗଞ୍ଜାମଜିଲ୍ଲାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ପ୍ରକାଶ । ଏହି କାର୍ଯକ୍ରମକୁ, କ୍ରୀଡା ଶିକ୍ଷକ ଦିଲ୍ଲୀପ କୁମାରସ୍ଵାଇଁ,ସୁଧାଂଶୁ ମୋହନ ବିଶ୍ବାଳ,ମାନସ ରଂଜନ ବିଶ୍ବାଳ, ରାଜକିଶୋର ନାୟକ, ପ୍ରଦୀପ କୁମାର କର , ଜ୍ଞାନରଂଜନ ମିଶ୍ର ,ମନ୍ଜିତ ବାନାଜ, ଚିତରଂଜନ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।

