ପୁରୀ: ௦୯/୧୧:ବିଗତ ଦିନରେ ସମସ୍ତ କଳାକାରମାନଙ୍କ ଉନ୍ନତି ନିମନ୍ତେ ଉତ୍କଳ କଳାକାର ଓଡିଶା ନାମରେ ଏକ ସଂଘ ଓଡ଼ିଶାରେ କୈଳାଶ ନାୟକ ,ପ୍ରମୋଦ କୁମାର ବେହେରା ,ବାଦଲ କୁମାର ରାଉତ ତଥା ଅନ୍ୟାନ୍ୟ ସଭ୍ୟମାନଙ୍କୁ ନେଇ ଗଠନ କରାଯାଇଛି । ଏହା ସବୁ ବର୍ଗର କଳାକାରଙ୍କ ଏକତାର ସ୍ୱର ହେବାର ପ୍ରୟାସ କରିବ ବୋଲି ଜଣାପଡିଛି । ଏହାକୁ ଲକ୍ଷ୍ୟ ରଖି ତା.୨୬/୧୧/୨௦୨୩ ରିଖ ରବିବାର ଦିନ ପୁରୀ ଜିଲ୍ଲା ଶାଖା କମିଟି ଆନୁକୂଲ୍ୟରେ ପ୍ରାରମ୍ଭିକ ବୈଠକ ପୁରୀ ଅର୍ଣ୍ଣପୂର୍ଣା ଥିଏଟରେ କରିବାକୁ ଯାଉଛି । ଏଥିପାଇଁ ସମସ୍ତ କଳାକାରମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

