.
Tuesday, December 24, 2024
Homeଜିଲ୍ଲା ସମ୍ବାଦପୁରୀର ଗାୟିକା ସଂଯୁକ୍ତା ଦାସ ଓରଫ ମୋନିକା ବିଷୟରେ ପଦେ ଅକୁହାକଥା

ପୁରୀର ଗାୟିକା ସଂଯୁକ୍ତା ଦାସ ଓରଫ ମୋନିକା ବିଷୟରେ ପଦେ ଅକୁହାକଥା

ପୁରୀ:௦୪/୧୨ (ଏସ.ଏନ.ଏସ.) ରକ୍ତରେ ଥିଲା ସଂଗୀତ । ମନରେ ଥିଲା ସଂଗୀତ । ହୃଦୟରେ ଥିଲା ସଂଗୀତ । ଭଲପାଇବାରେ ଥିଲା ସଂଗୀତ । ଏମିତିକି ସଂଗୀତ କହିଲେ ତାଙ୍କ ଜୀବନ । ଘରୁ କଲେଜ ବାହାନାରେ ସେ ଶିଖନ୍ତି ନାଚ ଓ ଗୀତ । ବହୁଥର ଧରା ପଡି ମାଡଗାଳି ଖାଇଛନ୍ତି ବାପାମାଆଙ୍କ ହାତରୁ । ନିୟତିର କଷଟି ପଥରେ ଚାଲୁ ଚାଲୁ ସେ ପ୍ରେମ ବିବାହ କରନ୍ତି ଭଦ୍ରକରୁ ଯାଇ ପୁରୀର ହାଡୁବନ୍ଧୁ ବେହେରାଙ୍କୁ । ବାପାମାଆଙ୍କ ଅଲିଅଳି ଝିଅ ସଂଯୁକ୍ତା ଦାସ ଓରଫ ମୋନିକାଙ୍କ ଘର ଭଦ୍ରକ । ବିବାହ ପରେ ମଧ୍ୟ ତାଙ୍କର ଦୁଃଖ ସରି ନ ଥିଲା । ଶାଶୁ ଶଶୁର ମଧ୍ୟ ତାଙ୍କୁ ଗୀତ,ନାଚ ଶିଖିବାକୁ ବାରଣ କରିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ତାଙ୍କର ହାତ ଧରି ସଂଗୀତ ଦୁନିଆରେ ପରିଚିତ କରିବାକୁ ବହୁତ ଆଗକୁ ନେଇ ଯାଇଥିଲେ । ସେ ବାଷ୍ପରୁଦ୍ଧ କଣ୍ଠରେ କୁହନ୍ତି ମୋ ସ୍ୱାମୀଙ୍କ ଯୋଗୁଁ ମୁଁ ଆଜି ଏତେ ବାଟ ଆଗେଇ ପାରିଛି । ସେ ବହୁତ ମଞ୍ଚରେ ପୁରସ୍କୃତ ହୋଇଛନ୍ତି । ଓଡିଶା ରତ୍ନ ଆୱାର୍ଡ, ଶ୍ରୀକ୍ଷେତ୍ର ରତ୍ନ ଆୱାର୍ଡ, ରଜସୁନ୍ଦରୀ ଆୱାର୍ଡ- ୨௦୨୩ ପୁରୀରୁ,ଗୀତରେ ଟପ ଟେନ ଆୱାର୍ଡ -୨௦୨୩ ପୁରୀରୁ ପାଇଥିଲେ । ତାଙ୍କ ସ୍ୱାମୀଙ୍କ ସହଯୋଗରେ ସେ ଏସ.ଡି.ଇଭେଣ୍ଟ ନାମରେ ଏକ ଗ୍ରୁପ କରି ଷ୍ଟେଜ ପ୍ରୋଗ୍ରାମ କରି ଦର୍ଶକମାନଙ୍କୁ ଖୁସି କରିପାରୁଛନ୍ତି । ସଂଯୁକ୍ତା ଦାସ ଆଜିର ଦିନରେ ଜଣେ ପୋଖତ ଗାୟିକା । ତାଙ୍କ ବିଷୟରେ ଯେତେ ଲେଖିଲେ ବି କମ ହେବ । ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ଚଲାବାଟକୁ କୁସୁମିତ କରି ଆଗକୁ ଆଗକୁ ନିଅନ୍ତୁ ଏତିକି ଆମର ପାର୍ଥନା ।

ପୁରୀର ଗାୟିକା ସଂଯୁକ୍ତା ଦାସ ଓରଫ ମୋନିକା ବିଷୟରେ ପଦେ ଅକୁହାକଥା
RELATED ARTICLES

2 COMMENTS

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on