କାକଟପୁର :- ୧୭/୧୦(ଏସ.ଏନ.ଏସ.) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାବେ ଗ୍ରାମଞ୍ଚଳରେ ଲୋକ ମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଏହି ଯୋଜନାର ଲକ୍ଷ୍ୟ ଜଣେ ସାଧାରଣ ବ୍ୟକ୍ତିର ସାମାଜିକ ଓ ଆର୍ଥିକ ମାନଦଣ୍ଡକୁ ମଜଭୁତ କରିବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା କାକଟପୁର ବ୍ଳକ ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମପଞ୍ଚାୟତର ଭଣ୍ଡିସାହି ମୌଜା ଅଧିନରେ ଥିବା ୭ଟି ଓ୍ବାର୍ଡର ଭୌଗଳିକ ଅବସ୍ଥିତିରୁ ଫାଇଦା ଉଠାଇ ମନରେଗା ଯୋଜନା ଅନୁଯାୟୀ କାକଟପୁର ବ୍ଳକ ପ୍ରଶାସନ ଜାଣତରେ ସ୍ଥାନୀୟ ରାଜନେତାମାନେ କାମ ନ କରି ଅର୍ଥ ହଡପ କରିଥିବା ଅଭିଯୋଗ ଆଣିଛନ୍ତି ସମିତି ସଭ୍ୟ ମନୋଜ କୁମାର ନାୟକ।ତାଙ୍କ ଅଭିଯୋଗ ମୁତାବକ ଉକ୍ତ ପଞ୍ଚାୟତ ଅଧିନସ୍ତ ଦଳେଇ ଘର ମେନରୋଡ ଠାରୁ ମୃତ୍ୟୁଞ୍ଜୟ ମନ୍ଦିର ରାସ୍ତା କାମ ହୋଇ ନ ଥିବା ବେଳେ,ମୃତ୍ୟୁଞ୍ଜୟ ମନ୍ଦିର ପରିସର,ମୁତୁଣୀଆ ନଦୀବନ୍ଧ ପାଖରୁ ବାରୁ ରାଉତ ଘର ରାସ୍ତା,ଦଳେଇ ଘର ଭାଗବତ ପଡିଆ ,ଓ ବାଲିକୂଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ମାଟି ଟୋକେଇଟିଏ ନପଡ଼ି ମଧ୍ୟ ଲ୍ୟାଣ୍ଡ ଡେଭଲପମେଣ୍ଟ ଯୋଜନାରେ ବିଲ୍ ହୋଇଛି। ସେହିପରି ମୋ ପୋଖରୀ ଯୋଜନାରେ ୪୦ଟି ପୋଖରୀ ମଧ୍ୟରୁ ୨୦ଟି ପୁରୁଣା ପୋଖରୀକୁ ଦେଖାଇ ସମ୍ପୂର୍ଣ୍ଣ ୪୦ଟି ପୋଖରୀ ଯୋଜନାର ଅର୍ଥ ଆତ୍ମସାତ କରାଯାଇଛି।ଏ ସବୁ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବା ପାଇଁ ସମିତି ସଭ୍ୟ ଶ୍ରୀ ନାୟକ ଦାବି କରିବା ସହିତ ପିଡି ଡିଆରଡିଏ ଓ ପୁରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି|

