.
Tuesday, December 24, 2024
Homeଜିଲ୍ଲା ସମ୍ବାଦବ୍ଲକନୀଳାଚଳ ସାରସ୍ୱତ ସଙ୍ଘ, ପୁରୀ ଅନ୍ତର୍ଗତ ବାହାରଣା ସାରସ୍ୱତ କୁଞ୍ଜର ୪୩ ତମ ବାର୍ଷିକ ଉତ୍ସବ

ନୀଳାଚଳ ସାରସ୍ୱତ ସଙ୍ଘ, ପୁରୀ ଅନ୍ତର୍ଗତ ବାହାରଣା ସାରସ୍ୱତ କୁଞ୍ଜର ୪୩ ତମ ବାର୍ଷିକ ଉତ୍ସବ

ଚାରିଛକ :- (ଏସ.ଏନ.ଏସ.) ଗତ ଜାନୁଆରୀ ୧ ତାରିଖ ଇଂରାଜୀ ନୂତନ ବର୍ଷରେ ନୀଳାଚଳ ସାରସ୍ୱତ ସଙ୍ଘ, ପୁରୀ ଅନ୍ତର୍ଗତ ବାହାରଣା ସାରସ୍ୱତ କୁଞ୍ଜର ୪୩ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଉକ୍ତ ଶାଖା ସଙ୍ଘର ସମସ୍ତ ସଭ୍ୟଙ୍କ ସହଯୋଗରେ ପାଳିତ ହୋଇଯାଇଛି । ଡ଼ିସେମ୍ବର ୩୧ତାରିଖ ରବିବାର ଅଧିବାସ ଓ ଜାନୁଆରୀ ୧ ତାରିଖ ସୋମବାର ଦିନ ପ୍ରାତଃ ୪ଘ.୩୦ମି. ରୁ ସକାଳ ୭ଘ.୩୦ମି. ମଧ୍ୟରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ମହାରାଜାଙ୍କର ଷୋଡଶ ଉପଚାର ପୂଜା ଓ ବାଲ୍ୟ ଭୋଗ ପରେ ପୂର୍ବାହ୍ନ ୯ଘ.୩୦ମି. ରୁ ଅପରାହ୍ନ ୧ଘ.୩୦ମି. ପର୍ଯ୍ୟନ୍ତ ଉତ୍ତରାର୍ଦ୍ଧ ପୂଜା ଅନୁଷ୍ଠିତ ହୋଇଥିଲା । ଉକ୍ତ ଅଧିବେଶନରେ ନୀଳାଚଳ ସାରସ୍ୱତ ସଙ୍ଘ, ପୁରୀର ସମ୍ପାଦକ ଶ୍ରୀ ବ୍ରହ୍ମାନନ୍ଦ ବେହେରା ସଭାପତିତ୍ୱ କରିଥିଲେ । ନୀଳାଚଳ ସାରସ୍ୱତ ସଙ୍ଘର ପରିଚାଳକ ଶ୍ରୀ ଶ୍ରୀ ଦୁର୍ଗାଚରଣ ଭାଇଙ୍କ ଅନୁମୋଦନ କ୍ରମେ ବଣହରା, ନୂଆହାଟ, ଚାରିଛକ, କଦପାଟଣା, ସିରେଇ, କୋଣାର୍କ, ନିମାପଡା, ପାଏକଣା, ବାଗଲପୁର, ତେରୁଣ୍ଡିଆ, ପ୍ରାଚୀ, ସାତପୁରୀ, ବିରତୁଙ୍ଗ ପ୍ରଭୁତି ଶାଖା ସଂଘର ଭାଇ ଓ ମାଆମାନେ ନିମନ୍ତ୍ରିତ ହୋଇ ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା ସମ୍ପର୍କରେ ଭାବ ବିନିମୟ କରିଥିଲେ । ସଂଗୀତ ସେବକ ଶୁଭେନ୍ଦୁ ଭାଇ ସଂଗୀତ ପରିବେଷଣ କରିଥିଲେ । ବାହାରଣା ଶାଖା ସଙ୍ଘର ସଭାପତି ସୁଶାନ୍ତ କୁମାର ନାୟକ, ସମ୍ପାଦକ ସଞ୍ଜୟ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ, ପରାମର୍ଶଦାତା ମଣ୍ଡଳୀ ସଭ୍ୟ କୃଷ୍ଣଚନ୍ଦ୍ର ସାବତ ଓ ସଙ୍ଘର ସମସ୍ତ ଭାଇ ଓ ମାଆମାନେ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ପ୍ରୟାସ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on