ନିମାପଡା:- ୦୧/୧୨ (ଏସ.ଏନ.ଏସ.)ପୁରୀ ଜିଲ୍ଲା ନିମାପଡା ଇନ୍ଦିରା ଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ (ନୂଆ-ଓ) ଗତ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷା ସୁଷମା ସୁନ୍ଦରୀ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପିକା ସ୍ଵର୍ଣ୍ଣଲତା ସେନାପତି, ମୀନାରାଣୀ ସାହୁ, ମଧୁସ୍ମିତା ସ୍ୱାଇଁ, ରଂଜିତା ପ୍ରଧାନ, ସବିତା ଜେନା, ଆରତୀ ଦାଶ ଓ ଅଧ୍ୟାପକ ସତ୍ୟଜିତ ସାହୁ , ଅରବିନ୍ଦ ସ୍ୱାଇଁ, ଶ୍ରୀମନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଭାଗନେଇଥିବା ଛାତ୍ରୀମାନେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଗୁଡିକରେ ସମସ୍ତ ଛାତ୍ରୀ ଅଂଶ ଗ୍ରହଣ କରିବାକୁ ପ୍ରୋତ୍ସାହନ କରାଯାଇଥିଲା ।



