କାକଟପୁର :-୧୧/୧୦ (ଏସ.ଏନ.ଏସ.)ପୁରୀ ଜିଲ୍ଲା କାକଟପୁର ବ୍ଲକ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବାଳକ ବାଳିକା କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି.। ସୂଚନା ମୁତାବକ ଏହି କବାଡି ପ୍ରତିଯୋଗିତାରେ ୧୪ବର୍ଷ ରୁ ୧୭ବର୍ଷ କମ ବାଳକ ବାଳିକା ହିଁ କବାଡି ପ୍ରତିଯୋଗୀତା ୨୦୨୩-୨୪ଉଦୁଘାଟିତ ହୋଇଯାଇଛି.। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଇଂ. ତୁଷାରକାନ୍ତି ବେହେରା ଯୋଗ ଦେଇ ପତାକା ଦେଖାଇ ଉଦୁଘାଟନ କରିବା ସହ ସମ୍ପ୍ରତି କ୍ରୀଡାର ବିକାଶ ଦିଗରେ ଓଡିଶାର କ୍ରୀଡାବିତି ମାନଙ୍କ ଭୂମିକା ବେଶ ଗୁରୁତ୍ୱବୋଲି ମତ ଦେଇଥିଲେ.। ଏହି ପ୍ରତିଯୋଗୀତାରେ ପୁରୀ ଜିଲ୍ଲାର ଏଗାରଟି ବ୍ଲକର ବରିଷ୍ଟ ବିଭାଗ ୧୦୪ଜଣ, ବାଳିକା ବିଭାଗରେ ୧୦୨ଜଣ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଥିଲେ । ତାହା ସହ କନିଷ୍ଟ ବିଭାଗ ରେ ବାଳକ ୧୦୧ଜଣ ଓ ୧୦୦ଜଣ ବାଳିକା କବାଡି ପ୍ରତିଯୋଗିତା ଅଂଶ ଗ୍ରହଣ କରିଥିଲେ.। ଏହି କାର୍ଯ୍ୟକ୍ରମ ଅନ୍ୟତମ ଅତିଥି ପୁରୀ ଜିଲ୍ଲାଶିକ୍ଷାଧିକାରୀ ବିଶ୍ୱଜିତି ଘୋଷଙ୍କ ସଭାପତିତ୍ବରେ ଆୟୋଜିତ ସଭା କାର୍ଯ୍ୟରେ ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ ଶ୍ରୀ ଯୁକ୍ତ ସ୍ୱାଧୀନ କୁମାର ନାୟକ, ଶିକ୍ଷାବିତି ସ୍ଵପ୍ନେଶ୍ଵର ସାହୁ, ରତନପୁର ବିଜ୍ଞାନ ମହାବିଦ୍ୟାଳୟ .ସହକାରୀ ଶିକ୍ଷକ ପ୍ରତାପ କୁମାର ରାଉତ. ଚିତ୍ତରଂଜନ ପରିଡା, ସମାଜସେବୀ ଜ୍ଞାନରଂଜନ ସାହୁ, ପୁରୀ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ମହେନ୍ଦ୍ର କୁମାର ବିଶ୍ୱାଳ, ବ୍ଲକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ଜେନା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲ.। ଏହି କାର୍ଯ୍ୟକ୍ରମ ଦୁଇଦିନ ବ୍ୟାପି ଚାଲିବ ବୋଲି ସୂଚନା ମିଳିଥିବା ବେଳେ କୃତିତ୍ୱ ଅର୍ଜନ କରିଥିବା ମାନେ ଆସନ୍ତା ୧୬ ତାରିଖରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରୀଡାପ୍ରତିଯୋଗିତାଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା ଶାରୀରିକଶିକ୍ଷାଧିକାରୀ ମହେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି

