ଚାରିଛକ :- ୧୯/୧୨ (ଏସ.ଏନ.ଏସ.) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଙ୍କ ନିର୍ଦ୍ଦେଶ ରେ ସାରା ଦେଶରେ କେନ୍ଦ୍ର ସରକାର ପକ୍ଷରୁ ” ଆମ ସକଳ୍ପ ଆମ ବିକଶିତ ରଥ ” ପରିକ୍ରମା କରିଥିବା ବେଳେ ପୁରୀ ଜିଲ୍ଲା ନିମାପଡା ବ୍ଲକରେ ପ୍ରତି ମଣ୍ଡଳ ରେ ବୁଲିଥିବା ବେଳେ ବ୍ଲକର ଚାରିଛକ ମଣ୍ଡଳ ରେ ଥିବା କଳାପାଞ୍ଚଣ ,ଭୋଦର ,ତୁଳସୀପୁର ,ବାହାରଣା ,ଛଣିଜଙ୍ଗ ,ତମ୍ପାଳ ଓ ତେରୁଣ୍ଡିଆ ପଞ୍ଚାୟତରେ ରଥ ବୁଲିଥିଲା । ଶେଷ ପର୍ଯ୍ୟାୟରେ ଚାରିଛକ ମଣ୍ଡଳର ଥିବା ତୁଳସୀପୁର ବାହାରଣା ଓ ଛଣିଜଙ୍ଗ ପଞ୍ଚାୟତରେ ରଥ ପରିକ୍ରମା କରିଥିଲା ।ଏହି ରଥ ପରିକ୍ରମା ରେ ବାହାରଣା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କବିରାଜ କାଣ୍ଡି , ତୁଳସୀପୁର ଶାଖା ଷ୍ଟେଟ ବ୍ୟାଙ୍କର ଅତିରିକ୍ତ ମ୍ୟାନେଜର ଚନ୍ଦନ ରାମ , ପଞ୍ଚାୟତ କୃଷି ଅଧିକାରୀ ସଞ୍ଜୟ କୁମାର ବାରିକ , ବାହାରଣା ଡାକ ମାଷ୍ଟର ପ୍ରଦୀପ୍ତ କୁମାର ପଟ୍ଟନାୟକ , ତିନ୍ତୁଳିଗୁଅଁ କମୁନିଟ ସ୍ୱାସ୍ଥ୍ୟ କର୍ମୀ ଲିପିକା ସାହୁ ବାହାରଣା ପଞ୍ଚାୟତ ଉଜ୍ଜ୍ୱଳା ଦିଦି ବାସନ୍ତି ରାୟ ,ଚାରିଛକ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ , ପୁରୀ ଜିଲ୍ଲା ୨୧ ନଂ ପୂର୍ବତନ ଜିଲାପରିସଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଓଝା ,ତୁଷାରରଞ୍ଜନ ରାଉତ ସହିତ ପଞ୍ଚାୟତ ର ସମସ୍ତ ଅଙ୍ଗନବାଡି ଶିକ୍ଷକ ,ଆଶା କର୍ମୀ ମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଜଣ କଲ୍ୟାଣ ଯୋଜନା ବିଷୟରେ ବୁଝାଇ କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ଏଲସିଡି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାକୁ ବିଭିନ୍ନ ଗ୍ରାମରୁ ଆସିଥିବା ମହିଳା ,ପୁରୁଷ ଓ ଛାତ୍ର ଛାତ୍ରୀ ମାନେ ଆସି ଦେଖିଥିଲେ । ଓଡିଶା ର ବିକାଶ ପ୍ରତି ସଂକଳ୍ପବନ୍ଧ ଭାବେ କେନ୍ଦ୍ର ସରକାରଙ୍କ ପି ଏମ କିଷାନ ,ପି ଏମ ଉଜ୍ଜ୍ବଳା ଯୋଜନା ,ପି ଏମ ସୁ କନ୍ୟା ଯୋଜନା ,ପି ଏମ ଜନ ଧନ ଯୋଜନା ,ପି ଏମ ସୁରକ୍ଷା ଯୋଜନା ,ପି ଏମ ଜୀଵନ ଜ୍ୟୋତି ବୀମା ଯୋଜନା ,ଅଟଳ ପେନସନ ଯୋଜନା ,ପିଏମ ସ୍ୱନିଧି ଯୋଜନା , ଦିନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ,ପିଏମ ମୁଦ୍ରା ଯୋଜନା ଓ ପିଏମ ବିଶ୍ୱକର୍ମା ଯୋଜନା ପ୍ରମୁଖ ଯୋଜନା ବିଷୟରେ ଶୁଣି ଦେଖିବା ସହ ବୁଝିଥିଲେ । ଉକ୍ତ କାର୍ଯ୍ୟକ୍ରମ ସମୟରେ ଅରବିନ୍ଦ ଗିରି ,ଲଷ୍ମୀଧର ମିଶ୍ର ,ଅଵନୀ ଜେନା ,କରୁଣା କର ମଲ୍ଲ , ବ୍ରଜମୋହନ ନାୟକ , ସରୋଜ କୁମାର ମହାନ୍ତି , ହେମନ୍ତ ବାରିକ , ଆଦି କନ୍ଦ ମିଶ୍ର , ଭଗବାନ ମିଶ୍ର ,ଜ୍ୟୋତିରଞ୍ଜନ ପାତ୍ର ,କୈଳାସ କର ,ଧୁଳ ସାହୁ , ସରପଞ୍ଚ ଅଜୟ ପରିଡା , ଦୁର୍ଯ୍ୟୋଧନ ମହାନ୍ତି ,ଅଭୟ ନାୟକ ,ବଳରାମ ନାୟକ ସରୋଜ କୁମାର ମହାପାତ୍ର ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

