ଚାରିଛକ :-୨୧/୦୧ (ଏସ.ଏନ.ଏସ.) ପୁରୀ ଜିଲ୍ଲା ଚାରିଛକ ପ୍ରେସ କ୍ଲବର ସଭାପତି ଶିଶିର କୁମାର ସ୍ୱାଇଁଙ୍କ ନେତୃତ୍ବରେ ଆଜି ଜାନୁଆରୀ ୨୧ ତାରିଖ ରବିବାର ଦିନ ପୂର୍ବାହ୍ନରେ ଚାରିଛକ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ପ୍ରେସ କ୍ଲବର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସଵରେ ମୁଖ୍ୟ ଅତିଥି ଭାବେ ନିମାପଡା ବିଧାୟକ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ସମ୍ନାନିତ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଂଘ ର ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ , ପୂର୍ବତନ ୨୧ ନଂ ଜିଲାପରିଷ ସଭ୍ୟ ପୁର୍ଣଚନ୍ଦ୍ର ଓଝା , ଓଡିଶା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶଶିକାନ୍ତ ଲେଙ୍କା ,ପ୍ରଫେସର ଅରୁଣ କୁମାର ସ୍ବାଇଁ ଅଧ୍ୟକ୍ଷ ଉଦୟନାଥ ସ୍ଵିଂଶାଶିତ ମହାବିଦ୍ୟାଳୟ ଅଡସପୁର, ସମାଜସେବୀ ତଥା କନ୍ତିଆ ମହାବୀର ଭକ୍ତ ଅରୁଣ ସାହୁ , ଭୋଦର ପଞ୍ଚାୟତ ସରପଞ୍ଚ ଚାରୁଲତା ବେହେରା ଯୋଗଦେଇ ଶ୍ରୀ ଗଣେଶ ଙ୍କ ପାଖରେ ପ୍ରଦୀପ ଜାଳି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସଭା କାର୍ଯ୍ୟ ଆରମ୍ଭରୁ ଚାରିଛକ ସ୍ୱରସ୍ବତୀ ଶିଶୁ ମନ୍ଦିର ଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ଗାନ କରାଯାଇ ଅତିଥି ମାନଙ୍କୁ ଉତ୍ତ୍ୱରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ । ପରେ କ୍ଲବର ଉପଦେଷ୍ଟା ଅଞ୍ଚଳର ସମାଜସେବୀ ସନାତନ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି ଉତ୍ସଵରେ ସାମ୍ବାଦିକଙ୍କ ମାସିକ ଭତ୍ତା ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ପାଇଁ ଆଲୋଚନା ହୋଇଥିଲା । ଏହାକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ସମର୍ଥନ କରିଥିଲେ । ଚାରିଛକ ପ୍ରେସ କ୍ଲବର ଚତୁର୍ଥ ବର୍ଷିକ ଉତ୍ସଵରେ ନିରାଶ୍ରୟ ସେବାଶ୍ରମ ସଙ୍ଗଠନ ,ଦୁଇ ମହିଳା ଗ୍ରୁପ ,ସ୍ଵରସ୍ବତୀ ଶିଶୁ ମନ୍ଦିର ଛାତ୍ରୀମାନେ ,ବରିଷ୍ଠ ନାଗରିକ ,ଖବର କାଗଜ ବିତରକଙ୍କ ସହିତ ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଚାରିଛକ ପ୍ରେସ କ୍ଲବର ଉପଦେଷ୍ଟା ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ,ସାଧାରଣ ସମ୍ପାଦକ ଡକ୍ଟର କେଦାରନାଥ ସାହୁ ,ରଶ୍ମିରଞ୍ଜନ ସାହୁ ,ବସନ୍ତ କୁମାର ମଲ୍ଲ ,ପ୍ରତାପ କୁନାଲ ମଲ୍ଲିକ ,ସନ୍ତୋଷ କୁମାର ଦାସ ,କୈଳାସ ଚନ୍ଦ୍ର ପାତ୍ର , ସୁଶ୍ରୀ ସରିତାଞ୍ଜଳି ନାୟକ ,ଶଶିକାନ୍ତ ତ୍ରିପାଠୀ ,ଉମାକାନ୍ତ ଭୋଇ ,ଆଶିଷ କୁମାର ମିଶ୍ର ,ଜୀଵନ ଦାସ ,ରଞ୍ଜିତ କାଣ୍ଡି ,ମୃତ୍ୟୁଞ୍ଜୟ ମହାପାତ୍ର , ସଂଭବ ନିୟୁଜର ନରେଶ ପଟନାୟକ ,ବିନୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ ।


Congratulation