ଚାରିଛକ:୦୮/୧୦ (ସ.ନ .ସ ) ପୁରୀ ଜିଲ୍ଲା ଚାରିଛକ ଏକାନ୍ତ ଆଶ୍ରମ ପରିସରରେ ଭାରତ ବର୍ଷର ପ୍ରଖ୍ୟାତ କୃଷି ବୈଜ୍ଞାନିକ ସବୁଜ ବିକଳ୍ପ ଜନକ ,ଡ଼ଃ. ଏମ ଏସ ସ୍ୱାମୀ ନାଥନ ଙ୍କ ବିୟୋଗରେ ମହର୍ଷି ମାୟାଧର ଦାସ ନାଗରିକ ମଞ୍ଚ ର ସଭାପତି ନିଗମାନନ୍ଦ ମହିଳା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରାପ୍ତନ ପ୍ରଫେସର ଗୋପୀନାଥ କର ଙ୍କ ନେତୃତ୍ୱରେ ଶନିବାର ଦିନ ଅପରାହ୍ନରେ ଶ୍ରଦ୍ଧାଞ୍ଜଳି ସ୍ମୃତି ଚାରଣ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ସଭା କାର୍ଯ୍ୟକ୍ରମଆରଂମ୍ଭ ରୁ ଦୁଇ ମିନିଟ ନିରବ ପାର୍ଥନା କରାଯାଇ ସ୍ଵର୍ଗତ ଡ଼ଃ . ଏମ ଏସ ସ୍ୱାମୀନାଥନ ଙ୍କ ଜୀବନୀ ଉପରେ ମଞ୍ଚାସିନ ଅତିଥି ମାନେ ପ୍ରତି ଭାଷଣରେ ଗୁଣଗାରିମା ଓ କାର୍ଯ୍ୟ କଳାପ ଉପରେ କହିଥିଲେ । ଏହି ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭାରେ ପୂର୍ବତନ ଜିଲାପରିସଦ ପୁର୍ଣଚନ୍ଦ୍ର ଓଝା ସହିତ ଭବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ କାହ୍ନୁଚରଣ ବେହେରା ,ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ଅଧ୍ୟାପିକ ପଞ୍ଚାନନ ସାହୁ ,ସମାଜସେବୀ ସନାତନ ପାତ୍ର ,କୃଷକ ନେତା କୃଷ୍ଣଚନ୍ଦ୍ର ରାଉତ ,କୈଳାସ ରାୟ ,ବିଭିଶଣ ମଲ୍ଲିକ ,ନୀଳମଣି ପ୍ରଧାନ ,ଚାରିଛକ ପ୍ରେସ କ୍ଲବର ସହ ସମ୍ପାଦକ ସନ୍ତୋଷ କୁମାର ଦାସ ,,ପ୍ରିୟନାଥ ଭୋଳ ସହିତ ଅଞ୍ଚଳରୁ ୫୦ ରୁ ଉର୍ଦ୍ଧ୍ବ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ , କବିରାଜ କୁଳମଣି ସାହୁ ମେମୋରିଆଲ ଟ୍ରଷ୍ଟ ର ଅଧକ୍ଷ ଡକ୍ଟର କେଦାରନାଥ ସାହୁ ସଂଯୋଜନା କରିବା ସହ ମଞ୍ଚ ପରିଚାଳନା କରିଥିଲେ । ସର୍ବ ଶେଷରେ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ପ୍ରଫେସର ଗୋପୀନାଥ କର ଧନ୍ୟବାଦ ଅର୍ପଣ କରିଥିଲେ ।


Please like share suscribe our portal