ଗୋପ :- ୦୮/୧୦ (ସ.ନ .ସ ) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ରେ ସାରା ଦେଶରେ ବିଜେପି ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ର ଗୋପ ବ୍ଲକ ଗୋପ , ଏରବଙ୍ଗ ଓ ବେଦପୁର ପଞ୍ଚାୟତ ରେ ନିମାପଡା ନିର୍ବାଚନ ମଣ୍ଡଳୀ ର ନାରୀ ନେତ୍ରୀ ତଥା ପୂର୍ବତନ ଉପସଭାପତି ପ୍ରଭାତୀ ପରିଡା ଙ୍କ ଉପସ୍ଥିତ ରେ ” ମୋ ମାଟି ମୋ ଦେଶ ” କାର୍ଯ୍ୟକ୍ରମ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଗୋପ ପଞ୍ଚାୟତ କୁସୁପୁର ରାମେଶ୍ୱର ମହାଦେବ ମନ୍ଦିର ଠାରୁ ଆରମ୍ଭ ହୋଇ ଏରବଙ୍ଗ ପଞ୍ଚାୟତ ଦେଇ ବେଦପୁର ବଳରାମ ଦାସ ସମାଧି ପୀଠ ଠାରେ ଶେଷ ହୋଇଥିଲା ।ଏହି ତିନି ପଞ୍ଚାୟତରେ ପବିତ୍ର କଳସ ଧରି ଘରକୁ ଘର ଯାଇ ମାଟି ସଂଗ୍ରହ କରିଥିଲେ । ଉକ୍ତ ପବିତ୍ର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ବେଗୁନିଆ ବାଲି ସାହିର ମା ଜାଗୁଳାଇ ସକୀର୍ତ୍ତନ ମଣ୍ଡଳୀ ନାମ କୀର୍ତ୍ତନ କରି ସହଯୋଗ କରିଥିଲେ ।ଏହି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ମଞ୍ଚନାଥ ମଣ୍ଡଳ ସଭାପତି ରାଜକିଶୋର ନାୟକ , ଯୁବ ମୂର୍ଚ୍ଛା ସଭାପତି ଶିବ ପ୍ରସାଦ ସ୍ୱାଇଁ , ଚାରିଛକ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ ,ସୁଶାନ୍ତ କୁମାର ସ୍ୱାଇଁ ,ସୌଦାମିନୀ ସେନାପତି , ନିରଞ୍ଜନ ନାୟକ , ଆଲୋକ ନାୟକ ,କିଶୋର ରାଉତ ,ଗୋବିନ୍ଦ ପାଢ଼ୀ ,ନରେଶ ପ୍ରଧାନ ,ବିଜୟ ନାୟକ , ପ୍ରଶାନ୍ତ ସ୍ୱାଇଁ ,ସନ୍ତୋଷ ପରିଡା ,ରମେଶ ଜେନା ସମେତ ୨୦୦ ରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ ।ଏପରି ଏକ କାର୍ଯ୍ୟକ୍ରମ ଗୋପ ବ୍ଲକ ର ଗୋପ,ଏରବଙ୍ଗ ଓ ବେଦପୁର ପଞ୍ଚାୟତରେ ହୋଉଥିବାରୁ ସମସ୍ତ କର୍ମୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

