ଗୋପ :-୧୧/୧୦ (ଏସ.ଏନ.ଏସ.) ଗୋପରେ ଗତ କିଛି ମାସ ହେଵ ନିମାପଡାର ବିଧାୟକ ସମୀର ରଞ୍ଜନ ଦାଶଙ୍କ ପାଳିତ ଗୁଣ୍ଡାମାନେ ଓ କିଛି ଅନୁଗାମୀଙ୍କ ଦ୍ଵାରା ଗୁଣ୍ଡାରାଜ କ୍ରମଶଃ ବୃଦ୍ଧି ପାଉଛି l ପୂର୍ବରୁ ଅନେକ ଜଘନ୍ୟ ଓ ସଙ୍ଗିନୀ କେସରେ ଜଡିତ ଥିବା ଯୁବନେତାଙ୍କ ବିରୁଦ୍ଧରେ ଗୋପ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗୋପ ପୋଲିସ ଗ୍ରହଣ କରୁନାହାନ୍ତି l ଗତ କାଲି ରାତିରେ ନିମାପଡା ବିଧାୟକଙ୍କ ସଙ୍ଗାତ ତଥା ଗୋପ ବ୍ଲକ ବିଜେଡି ସଭାପତି ମଧୁସୂଦନ ପାଇକେରାୟ ଙ୍କ ପୁଅ ଯିଏ କି ଗୋପ ବ୍ଲକ ବିଜେଡି ପର୍ଯ୍ୟବ୍ୟକ୍ଷକ ଭାବେ କାର୍ଯ୍ୟ କରନ୍ତି l ତାଙ୍କର ସାଙ୍ଗମାନେ ତଥା ବିଜୁ ଜନତା ଦଳର ଯୁବନେତା ଙ୍କ ଦ୍ଵାରା ବିଜେଡି ନାରୀ ନେତ୍ରୀ ଜ୍ୟୋସ୍ନା ରାଣୀ ନାୟକ ଙ୍କୁ ଅସମ୍ମାନିତ କରିବା ସହିତ ଗାଡି ସହିତ ଜୀବନରୁ ପୋଡି ମାରିଦେବାକୁ ଧମକ ଦେଇଛନ୍ତି ବୋଲି ଜ୍ୟୋସ୍ନା ରାଣୀ କହିଛନ୍ତି l ଏଥିନେଇ ଗୋପ ଥାନାରେ ଏକ ଲିଖିତ ଅଭିଯୋଗ ଗତ କାଲି ରାତିରେ ହୋଇଛି କେସ ନମ୍ବର ହେଊଛି ୪୦୮/୨୩ ରେ ଆଉ ପି ସି ଧରା ୩୪୧ /୨୯୪ /୫୦୬ /୩୪ ଅନୁଯାୟୀ ଏକ ମକଦମା ରୁଜୁ ହୋଇଛି l ସମ୍ବାଦ ସଂଗ୍ରହ ସୁଦ୍ଧl କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିଲା ବୋଲି ସୂଚନା ମିଳିଛି। ଉକ୍ତ ଘଟଣାର ଅଭିଯୋଗକୁ ଭିତ୍ତିକରି ଗୋପ ଥାନା ତରଫରୁ ଉଦେଶ୍ୟ ମୂଳକ ଭାବେ ବିଧାୟକଙ୍କ ଚାପାରେ ଘଟଣାକୁ ଚପାଇବା ପାଇଁ ଛୋଟ ମୋଟ ଘଟଣାରେ ବ୍ୟବହୃତ ଦଫା ଲଗାଯାଇଛି ବୋଲି ଜ୍ୟୋସ୍ନା ତାଙ୍କର ମତାମତ ରଖିଛନ୍ତି l ଘଟଣାରେ ଜଡିଥିବା ଥିବା ଅଭିଯୁକ୍ତ ମାନେ ହେଲେ ମନ୍ଦୀପ ପାଇକେରାୟ , ଦେବାଶିଷ ସାହୁ , ଅଦିପ ଶେଖ ଯିଏ କି ପୂର୍ବରୁ ଏକ ଲଭ ଜିହ୍ୱାଦ ଭଳି ସଙ୍ଗିନୀ କେସରେ ନିମାପଡା ଥାନାରେ ଅଭିଯୋଗ ହୋଇଛି, ରମଣ ପଟ୍ଟନାୟକ ଏ ମାନଙ୍କ ବିରୁଦ୍ଧରେ ପୂର୍ବରୁ ଗୋପ ଓ ନିମାପଡା ଥାନାରେ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମାଡାମlରିଥିଲେ ଆଉ ତାଙ୍କ ବିରୁଦ୍ଧରେ ଜାତିଆଣ ଦଫା ଲାଗିଥିଲେ ମଧ୍ୟ ସେମାନେ ନିର୍ଭୟରେ ଅରାଜକତା କରୁଛନ୍ତି l ଏମାନେ ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟା ତଳେ ରହିଁ ଗୋପରେ ନିରବଛିର୍ଣ୍ଣ ଭାବେ ଗୁଣ୍ଡାରାଜ ଓ ଅରାଜକତା ଆଦି ଜଘନ୍ୟ ଅପରାଧରେ ଜଡିତ ଅଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହା ସତ୍ତ୍ୱେ ତାଙ୍କୁ କାହିଁକି ଓ କାହା ଇଙ୍ଗିତରେ ଖୋଲମଖୋଲା ଛାଡିଦିଆଯାଉଛି l ଏଣୁ ତୁରନ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଡିଜିଙ୍କ ନିକଟରେ ପୀଡିତା ନାରୀ ନେତ୍ରୀ ଦାବୀ କରୁଛନ୍ତି l ଆଉ ମଧ୍ୟ ଅଭିଯୋଗକାରିଣୀ କହିଛନ୍ତି ଯେ ଯଦି ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଗୋପ ଥାନାରେ ଅନଶନରେ ବସିବେ ବୋଲି ଧମକ ଦେଇଛନ୍ତି l

