.
Tuesday, December 24, 2024
Homeଜାତୀୟକାଲିର ପପୁ ଆଜି ଯୋଗ୍ୟ :ଏବେ ମୋଦୀ ସହିତ ଲଢ଼ି ପାରିବେ:2024 ନିର୍ବାଚନ ମୋଦୀ ବନାମ...

କାଲିର ପପୁ ଆଜି ଯୋଗ୍ୟ :ଏବେ ମୋଦୀ ସହିତ ଲଢ଼ି ପାରିବେ:2024 ନିର୍ବାଚନ ମୋଦୀ ବନାମ ରାହୁଳ ନିଶ୍ଚିନ୍ତ

ସଂଭବ ନିୟୁଜ /5/8/2023/ ମୋଦୀ ସରନେମ ମାମଲାରେ ରାହୁଳ ଗାନ୍ଧୀଙ୍କ ସଜା ଉପରେ ସୁପ୍ରିମକୋର୍ଟ ଆଜି ରହିତାଦେଶ ଲଗାଇଛନ୍ତି / ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ଜଣାପଡୁଛି ଆଇନୀର ଉର୍ଦ୍ଧରେ କୌଣସି ଵ୍ୟକ୍ତି ବା ସଂସ୍ଥା ନାହାଁନ୍ତି / ରାହୁଳ ଗାନ୍ଧୀଙ୍କୁ ଯେଉଁଭଳି ଭାବରେ ସୁରଟ କୋର୍ଟ ଓ ଗୁଜରାଟ କୋର୍ଟ ଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ ତା ଉପରେ ପ୍ରଶ୍ନ ଉଠାଇଛନ୍ତି / ସୁପ୍ରିମକୋର୍ଟ କହିଛନ୍ତି କଣ ପାଇଁ ରାହୁଳ ଗାନ୍ଧୀଙ୍କୁ ଦୁଇ ବର୍ଷ ଦଣ୍ଡାଦେଶ ତଳ କୋର୍ଟ ଦେଲା ତାହା ଉଲେଖ କରିନାହାନ୍ତି / ଯଦି ଗୋଟିଏ ଦିନ କମ କରି ଦଣ୍ଡାଦେଶ ଦେଇଥାନ୍ତେ ତା ହେଲେ ରାହୁଳ ଗାନ୍ଧୀଙ୍କ ସଭ୍ୟପଦ କାୟମ ରହିଥାନ୍ତା , ଯାହାଫଳରେ ନିଜ ସଂସଦୀୟକ୍ଷେତ୍ରର ଲୋକମାନଙ୍କର ଅଧିକାର ଖୀର୍ଣ୍ଣ ହୋଇନଥାନ୍ତା / ଯେଉଁଭଳିଭାବରେ ସୁରଟ କୋର୍ଟର ଆଦେଶ ଆସିବାମାତ୍ରେ ତରବରିଆ ଭାବରେ ରାହୁଳ ଗାନ୍ଧୀଙ୍କର ଲୋକସଭା ସଦସ୍ୟତା ଓ ଘର ଖାଲି କରିଦିଆଗଲା ତାହା ଗଣତନ୍ତ୍ର ପ୍ରତି ବିପଦ / ମୋଦୀ ସରନେମ ମାମଲାରେ ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ଏଥିରେ ଗଣତନ୍ତ୍ରର ବିଜୟ ହେବା ସଂଗେ ସଂଗେ କାଲି ଯେଉଁମାନେ ରାହୁଳ ଗାନ୍ଧୀଙ୍କୁ ପପୁ ପପୁ ଡାକୁଥିଲେ , ଆଜି ସେହି ପପୁ ମୋଦୀଙ୍କ ସହିତ ଲଢ଼ିବା ପାଇଁ ଶକ୍ତି ସଂଚୟ ଧୀରେ ଧୀରେ 2024 ନିର୍ବାଚନ ପାଇଁ କରୁଛନ୍ତି ଏଥିରେ ଦ୍ୱିମତ ହେବାର ନାହିଁ /ରାଜନୀତିରେ ବିରୋଧୀପକ୍ଷଙ୍କୁ ଯେତେ ଦମନ କରିବା ନୀତି ଆପଣେଇବ ବିରୋଧୀ ସେତେ ଶକ୍ତିଶାଳୀ ହୋଇ ଲୋକମାନଙ୍କ ଅନୁକମ୍ପା ଲାଭ କରିବେ / ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାହୁଳ ଗାନ୍ଧୀଙ୍କ ସଦସ୍ୟତା ପୁନର୍ବାର ବାହାଲି ହେବାପାଇଁ ପଥ ପରିଷ୍କାର କରିଦେଇଛି / କଂଗ୍ରେସ କର୍ମୀମାନଙ୍କ ଉତ୍ସାହର ମହଲ ଚାରିଆଡେ ଖେଳିଯାଇଛି / ସୁପ୍ରିମକୋର୍ଟଙ୍କର ରାୟ କଂଗ୍ରେସ କର୍ମୀ ମାନଙ୍କ ମନରେ ଶକ୍ତି ସଂଚରିତ କରିଛି / ଦେଖାଯାଉ ରାହୁଳ ଗାନ୍ଧୀ ଅନାସ୍ଥା ପ୍ରସ୍ତାବ ଆଲୋଚନା ଉପରେ ଭାଗ ନେଇପାରୁଛନ୍ତି କି ନାହିଁ ତାହା ସମୟ କହିବ /

supreme court’s historic decision on Rahul Gandhi
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on