.
Tuesday, December 24, 2024
Homeଜିଲ୍ଲା ସମ୍ବାଦବ୍ଲକଓଡିଶା ଜନ କଲ୍ୟାଣ ସଂଗଠନ ଉଚ୍ଚ ପ୍ରଂଶସିତ

ଓଡିଶା ଜନ କଲ୍ୟାଣ ସଂଗଠନ ଉଚ୍ଚ ପ୍ରଂଶସିତ

ଚାରିଛକ :-୧୮/୧୨ (ଏସ.ଏନ.ଏସ.)ଚାରିଛକ ନିକଟସ୍ଥ ଶିମିଳି ପଂଚାୟତ ନୂଆଗାଁ ସାମିଲ କଦଳୀବାରି ଗ୍ରାମର ରାଜ କିଶୋର ବେହେରାଙ୍କ ୧୪ ବର୍ଷର ବାଳକ ଚନ୍ଦନର ବ୍ରେନ୍‌ ଟ୍ୟୁମର ରୋଗରେ ଆକ୍ରାନ୍ତହୋଇ ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ରୋଗ ଶର୍ଯ୍ୟାରେ ୩ବର୍ଷହେବ ପଡିରହିଛନ୍ତି । ଖବର ପାଇଁ ସ୍ୱେଛାସେବୀ ସଂଗଠନ ଓଡିଶା ଜନକଲ୍ୟାଣ ସଂଗଠନ ପକ୍ଷରୁ ତାଙ୍କର ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ସ୍ୱେଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଚନ୍ଦନଙ୍କ ଗ୍ରାମରେ ପହଂଚି ତାଙ୍କର ଚିକିତ୍ସା ନିମନ୍ତେ ୫ ହଜାର ଟଙ୍କା ଓ ୧ମାସର ରାସନ ସାମଗ୍ରୀ ପ୍ରଦାନ କରିବା ସହ ଚନ୍ଦନଙ୍କ ଚିକିତ୍ସା ନିମନ୍ତେ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ସଂଗଠନ ତରଫରୁ ପ୍ରତିଶୃତି ଦିଆଯାଇଛି । ସଂଗଠନର ସଭାପତି ସୁଶାନ୍ତ ବେହେରା,ସଂପାଦକ ପ୍ରତ୍ୟୁଷ ବିଶ୍ୱାଳ,ସହ-ସଂପାଦକ ମୃତ୍ୟଞ୍ଜୟ ପାଢୀ,କୋଷାଧ୍ୟକ୍ଷ ଆକାଶ ସାମନ୍ତରାୟ ଉପଦେଷ୍ଟା ସମୀର ସ୍ୱାଇଁ,ମହିଳା ଶାଖାର ପରିଚାଳିକା ଦିପ୍ତିମୟୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତଥିଲେ ।

ଓଡିଶା ଜନ କଲ୍ୟାଣ ସଂଗଠନ ଉଚ୍ଚ ପ୍ରଂଶସିତ
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on