.
Tuesday, December 24, 2024
Homeରାଜ୍ୟଓଡ଼ିଶାରେ ସ୍କୁଲ ଖୋଲିବା ନେଇ ଆସିଲା ବଡ ଖବର

ଓଡ଼ିଶାରେ ସ୍କୁଲ ଖୋଲିବା ନେଇ ଆସିଲା ବଡ ଖବର

sambhava news:11 p.m.୧୪/୦୬/୨୦୨୪:ମଙ୍ଗଳବାର ୧୮ରେ ଖୋଲିବ ସ୍କୁଲ । ସ୍କୁଲ ଖୋଲିବା ପ୍ରଥମ ଦିନ ଦିଆଯିବ ମଧ୍ୟାହ୍ନଭୋଜନ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ପିଏମ ପୋଷଣ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର ଆୟାର ଚିଠି କରିଛନ୍ତି ।

ସ୍କୁଲ ଖୋଲିବାର ପ୍ରଥମ ଦିନରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର (୧ରୁ ୮ ) ପିଲାମାନଙ୍କୁ ପିଏମ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ତେଣୁ ସ୍କୁଲ ଆସୁଥିବା ସମସ୍ତ ପିଲାଙ୍କୁ ସେମାନଙ୍କର ଅଧିକାରରୁ ଯେପରି ବଂଚିତ ନହୁଅନ୍ତି ଧ୍ୟାନ ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଦୀର୍ଘ ଦିନ ସ୍କୁଲ ଛୁଟି ଥିବାରୁ ଅବ୍ୟବହୃତ ହୋଇ ରହିଥିବା ମଧ୍ୟାହ୍ନ ଭୋଜନ ଯଥା ଚାଉଳ,ତେଲ, ମସଲା , ଡାଲି, ସୋୟା ବାଡି ସମେତ ଅନ୍ୟ ସାମଗ୍ରୀ ନଷ୍ଟ ହେବା ସହ ଫିମ୍ପି ହୋଇଥିବା ଆଶଙ୍କା କରାଯାଉଛି । ତେଣୁ ସ୍କୁଲ କର୍ତ୍ତୃପକ୍ଷ ପାଚିକାକୁ ରୋଷଇ ସାମଗ୍ରୀ ଦେବା ପୂର୍ବରୁ ଯାଞ୍ଚ କରିବାକୁ କୁହାଯାଇଛି । ରୋଷେଇ ବେଳେ ସ୍ୱଚ୍ଛତା ଓ ପରିଚ୍ଛନ୍ନତାକୁ ଧ୍ୟାନ ଦେବାକୁ ଶକ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ସିଆରସି ଓ ବିଇଓଙ୍କୁ ମଧ୍ୟ ନିୟମିତ ଯାଞ୍ଚ କରିବାକୁ କୁହାଯାଇଛି । ଏନେଇ ଭରଚୁଆଲ ମିଟିଂରେ ଆଲୋଚନା କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on