ବାହାରଣା – ௦୭/୧௦ (ସ. ନ. ସ. ) କେନ୍ଦ୍ରସରକାର ଠାରୁ ରାଜ୍ୟସରକାର ବିଭିର୍ନ ଯୋଜନା ମାଧ୍ୟମରେ ଖଟିଖିଆ ଅସହାୟ ଦରିଦ୍ର ଗୃହହୀନ ଅକ୍ଷମ ଦିନମଜୁରିଆ ଗରିବ ଶ୍ରେଣୀର ଲୋକମାନଙ୍କୁ ଆବାସ ଯୋଗାଇଦିଆଯାଉଛି । ସାରା ଦେଶରେ ଭାରତର କୌଣସି ଲୋକ କଚା ଘରେ ରହିବେ ନାହିଁ ବୋଲି ଯୋଜନା ଥିଲାବେଳେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବାହାରଣା ପଞ୍ଚାୟତର ଅଟେଇହୁଡା ଗ୍ରାମର ପ୍ରକାଶ ଚନ୍ଦ୍ର ବିଶ୍ୱାଳ ଓ ତାର ପରିବାର ଲୋକେ ଏବେ ବି ପଲିଥିନ ଜରି ତଳେ ରହୁଛନ୍ତି । ସେ ଜଣେ ଅକ୍ଷମ ଗରିବ ଲୋକ । ସ୍ତ୍ରୀ ପୁଅ ଝିଅ କୁ ନେଇ ଚାରି ଜଣ ପରିବାର । ପ୍ରକାଶ ଙ୍କ ଶାରୀରିକ ମାନସିକ ଓ ଠିକ ଭାବେ ଶୁଣି ପାରୁ ନ ଥିବା ବ୍ୟକ୍ତି ଅଟନ୍ତି ।ତାଙ୍କର ଆର୍ଥିକ ଅବସ୍ଥା ସେତେ ଭଲ ନାହିଁ । ଅର୍ଥଯୋଗୁଁ ପୁଅକୁ ପାଠ ପଢ଼େଇପାରିଲେନାହିଁ । ହେଲେ ଏମାନଙ୍କୁ ଘର ଖଣ୍ଡିଏ ଦେବାକୁ ସରପଞ୍ଚ ନା ବ୍ଲକ ଅଧିକାରୀ କାହାର ଦୃଷ୍ଟି ପଡ଼ିଲାନାହିଁ । ଏଠି ପ୍ରଶ୍ନ ଉଠେ ସରକାର ଯେଉଁ ମହତ ଉଦ୍ଦେଶ୍ୟ ନେଇ ବାସହୀନ ଲୋକଙ୍କୁ ଘର ଯୋଗାଇ ଦେଉଛନ୍ତି ବୋଲି କହୁଛନ୍ତି ତାହା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ତାହା ବିଚାର କରିବା କଥା। ବିଡ଼ିଓ ମହୋଦୟଙ୍କୁ ଅନୁରୋଧ ଅକ୍ଷମ ଦମ୍ପତିଙ୍କ ଘରକୁ ଯାଇ ତଦନ୍ତ କରି ଘର ଖଣ୍ଡିଏ ଯୋଗାଇଦେବାକୁ ଗ୍ରାମବାସୀବୃନ୍ଦ ନିବେଦନ କରିଛନ୍ତି ।

